Advertisment

ଏମିତି ସ୍ତ୍ରୀ କାହାକୁ ନ ମିଳୁ; ସାମାନ୍ୟ ଝଗଡାରେ କାଟିଦେଲା ସ୍ୱାମୀର ତଣ୍ଟି

ସ୍ୱାମୀ-ସ୍ତ୍ରୀ ଝଗଡାରେ ସ୍ୱାମୀର ତଣ୍ଟି କାଟିଲା ସ୍ତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ପୌରାଞ୍ଚଳର ୪ ନମ୍ବର ୱାର୍ଡରେ ।

author-image
Otv Khabar Bureau
Wife Killed Husband

Wife Killed Husband

ସ୍ତ୍ରୀ ସାଜିଲା ସଇତାନ । କାଟିଲା ସ୍ୱାମୀର ତଣ୍ଟି । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ପୌରାଞ୍ଚଳର ୪ ନମ୍ବର ୱାର୍ଡରେ । ପାରିବାରିକ କଳହକୁ ନେଇ ସ୍ୱାମୀର ତଣ୍ଟି ସ୍ତ୍ରୀ କାଟି ଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ମଙ୍ଗୁଳି ନାୟକଙ୍କ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ରୀନା । ଉଭୟଙ୍କ ମଧ୍ୟରେ ପୂର୍ବରୁ ଅନେକ ଝଗଡ଼ା ଓ କଳହ ହେଉଥିବାର ସୂଚନା ମିଳିଛି । ଏହାକୁ ନେଇ ଆଜି ବିବାଦ ବଢ଼ିବା ପରେ ଏଭଳି ଘଟଣା ଘଟିଥିବାର ସନ୍ଦେହ କରୁଛି ସ୍ଥାନୀୟ ପୋଲିସ୍ । ଅଭିଯୁକ୍ତ ଦ୍ୱିତୀୟ ପତ୍ନୀକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisment

ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ର ମଙ୍ଗୁଳି ନାୟକ ବାସ କରୁଥିବାର ସୂଚନା ମିଳିଛି। ସେ ପ୍ରଥମେ ମାମୀ ନାୟକଙ୍କୁ ବିବାହ କରିଥିଲେ । ତାଙ୍କର ବର୍ତ୍ତମାନ ୩ ବର୍ଷର ଛୋଟିଆ ଝିଅଟିଏ ମଧ୍ୟ ରହିଛି। ଏହା ସତ୍ତ୍ୱେ ମଙ୍ଗୁଳି ରୀନାଙ୍କୁ ପ୍ରେମ କରି ବିବାହ କରିଥିଲେ। ବିବାହ ପରେ ରୀନାଙ୍କୁ ନିଜ ଘରକୁ ଆଣିଥିଲା। ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ବିରୋଧ କରିଥିଲେ। ସେଥିପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି। ଠିକ୍‌ ଏହି ସମୟରେ ରୀନା ଏକ ଧାରୁଆ ଛୁରୀରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ମୃତ ମଙ୍ଗୁଳି ନାୟକଙ୍କ ଭଉଣୀଙ୍କ କହିବାନୁଯାୟୀ ଦ୍ୱିତୀୟ ସ୍ତ୍ରୀ ରୀନା ନାୟକ ବାରମ୍ବାର ସ୍ୱାମୀ ମଙ୍ଗୁଳି ନାୟକଙ୍କ ସହ ଝଗଡା କରି ମାରପିଟ୍ ମଧ୍ୟ କରନ୍ତି । ପୂର୍ବରୁ ଅନେକ ଥର ହୋଇଥିବା କଳିର ସମାଧାନ ମଧ୍ୟ କରିଛନ୍ତି । କିନ୍ତୁ ଏପରି ଏକ ଘଟଣା ରୀନା ନାୟକ ଘଟାଇବେ ବୋଲି ସେ ଜାଣିନଥିବା କହିଛନ୍ତି । ସେ ତାଙ୍କ ଭାଇର ମୃତ୍ୟୁ ପାଇଁ ରୀନା ନାୟକଙ୍କୁ କଠୋର ଦଣ୍ତ ଦେବା ପାଇଁ ପୋଲିସ ଆଗରେ କହିଛନ୍ତି ।

Murder Wife Killed Husband
Advertisment
Advertisment