Advertisment

ଅଟୋରେ ଆସିଲେ, ବୁଲେଟ୍ ନେଇଗଲେ

ଅଟୋରେ ଆସି ଘରେ ପଶି ଚତୁରତା ସହକାରେ ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

author-image
Prangyan Parimita
loot

loot

ଅଟୋରେ ଆସି, ଚୋରି କରି ନେଇଗଲେ ବୁଲେଟ୍ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟରେ । ଏନେଇ ମଞ୍ଚେଶ୍ୱର ଥାନାରେ ବୁଲେଟ୍‌ ମାଲିକ ଅଭିଯୋଗ କରିଛନ୍ତି।

Advertisment

ବୁଲେଟକୁ ବେଶ ଚାଲାକର ସହ ଚୋରି କରି ନେଉଛନ୍ତି ଦୁଇ ଜଣ ଚୋର । ପ୍ରଥମେ ଗେଟ୍ ପାର କରି ଜଣେ ବ୍ୟକ୍ତି ଘର ଭିତରକୁ ପଶୁଛନ୍ତି । ଆଉ ଅନ୍ୟ ଜଣେ ବାହାରେ ଅପେକ୍ଷା କରି ରହିଛି । ବୁଲେଟର ଲକ୍ ଭାଙ୍ଗିବା ପରେ ବୁଲେଟକୁ ଧରି ଛୁ ମାରିଲା ଚୋର ।

ଖାଲି ଏତିକି ନୁହେଁ ଗଲା ବେଳେ ସାଙ୍ଗରେ ହେଲମେଟକୁ ବି ନେଇ ଚାଲିଗଲେ । ଘଟଣା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏ ଘଟଣାରେ କାହାକୁ ଗିରଫ କରି ନାହିଁ । ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଛି।

Advertisment
Loot
Advertisment
Advertisment