Advertisment

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ; ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ...ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍। ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଜମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରୁ କରୁଛି ଅପରେଟ୍।

author-image
Rajalaxmi Sahoo
Jamtara Gang Master Plan Revealed

Jamtara Gang Master Plan Revealed

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ...ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍। ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଜମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରୁ କରୁଛି ଅପରେଟ୍। ବ୍ୟାଙ୍କ୍ ଆକାଉଣ୍ଟ ସହ ଲିଙ୍କ୍ ଶେୟାରିଂ ସବୁକିଛି ହେଉଛି ମାଷ୍ଟରମାଇଣ୍ଡର ଇସାରାରେ।  ଠକେଇ ପାଇଁ ମୁମ୍ବାଇରୁ ଆସୁଛି ଡାଟା। ଏଥିପାଇଁ ଡାଟା ସପ୍ଲାୟର ମଧ୍ୟ ନେଉଛନ୍ତି ପୁଳା ପୁଳା ଟଙ୍କା। ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏସବୁ ତଥ୍ୟ ଲାଗିଛି ସାଇବର ସେଲ୍ ହାତରେ। ୭ଟି ରାଜ୍ୟରେ ଏନେଇ ୫୫ଟି କେସ୍ ରହିଥିବା ବେଳେ ମାଷ୍ଟରମାଇଣ୍ଡ ଏବଂ ମୁମ୍ବାଇରେ ଥିବା ଡାଟା ସପ୍ଲାୟରକୁ ଧରିବାକୁ ସାଇବର୍ ଟିମ୍ ଯୋଜନା ଚଳାଇଛି। ..

Advertisment

ଠକେଇ ବାବଦ ଟଙ୍କା ବିଭିନ୍ନ ଆକାଉଣ୍ଟରେ କ୍ରେଡିଟ୍ ହେବା ପରେ ଶେଷରେ ଯାଉଥିଲା ମାଷ୍ଟରମାଇଣ୍ଡ ପାଖକୁ। ଏଥିଲାଗି ଆକାଉଣ୍ଟକୁ ଭଡ଼ାରେ ନିଆଯାଉଥିଲା ଏବଂ ଆକାଉଣ୍ଟଧାରୀଙ୍କୁ ବି ଦିଆଯାଉଥିଲା କମିଶନ। ଧରାପଡ଼ିଥିବା ଗ୍ୟାଙ୍ଗର ୩ ଜଣଙ୍କୁ ପଚରାଉଚରା ପରେ ଏଭଳି ତଥ୍ୟ ପାଇଛି ସାଇବର୍ ସେଲ୍। ସେହିପରି ଠକେଇ ପାଇଁ ଡାଟା ଆସୁଥିଲା ମୁମ୍ବାଇରୁ। ମୁମ୍ବାଇରୁ ବ୍ୟାଙ୍କିଙ୍ଗ ଡାଟା ଦେଉଥିବା ଲୋକ ବ୍ୟାଙ୍କର କର୍ମଚାରୀ କି ନୁହେଁ ସେ ନେଇ ବି ଚାଲିଛି ଖୋଳତାଡ଼। ଏବେ ମୁମ୍ବାଇର ଡାଟା ପ୍ରଦାନକାରୀ ବ୍ୟକ୍ତି ଏବଂ ଝାଡ଼ଖଣ୍ଡରେ ଥିବା ମାଷ୍ଟରମାଇଣ୍ଡକୁ ଧରିବାକୁ ଯୋଜନା କରୁଛି ସାଇବର୍ ସେଲ୍। 

ଗ୍ୟାଙ୍ଗର ୩ ଜଣଙ୍କୁ ଗତ ୨୯ ତାରିଖରେ ଭୁବନେଶ୍ୱର ରସୁଲଗଡ଼ରୁ ଧରିଥିଲା ପୋଲିସ। ପରେ ଅଭିଯୁକ୍ତଙ୍କ ଫୋନ୍‌ର ଆଇଏମ୍ଇଆଇ ନମ୍ବର ଏବଂ ସିମ୍ ନମ୍ବର ବିଭିନ୍ନ ରାଜ୍ୟକୁ ସର୍କୁଲେଟ୍ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ସେସବୁ ଫୋନ୍ ଏବଂ ସିମ୍ ବ୍ୟବହାର କରାଯାଇ ପ୍ରାୟ ୨ ବର୍ଷ ଭିତରେ ୭ଟି ରାଜ୍ୟରେ ହୋଇଛି ୫୫ଟି ଠକେଇ।

Advertisment

ତେଲେଙ୍ଗାନା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦାଦ୍ରା ନଗର ହାବେଳୀ ଏବଂ ଉତ୍ତରାଖଣ୍ଡରେ ଅଭିଯୁକ୍ତମାନେ ଠକେଇ କରିଥିବା ବେଳେ ସବୁଠୁ ଅଧିକ କେସ୍ ରହିଛି ତେଲଙ୍ଗାନାରେ। ତେଲଙ୍ଗାନାରେ ସର୍ବାଧିକ ୪୫ଟି ରହିଛି କେସ୍। ସମାନ ଫୋନ୍ ନମ୍ବର ଏବଂ ମୋବାଇଲ୍ ବ୍ୟବହାର କରାଯାଇ ପ୍ରାୟ ୫ ଶହ ଠକେଇ ହୋଇଥାଇପାରେ ବୋଲି ସାଇବର୍ ସେଲ୍ ଆଶଙ୍କା ପ୍ରକାଶ କରିଛି। କେଓ୍ୱାଇସି ଅପ୍‌ଡେଟ୍‌ କରିବା ନାଁରେ ଏହି ଗ୍ୟାଙ୍ଗ ଲୋକଙ୍କୁ ଠକେଇ କରୁଥିଲା। ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ ୩୩ଟି ସିମ୍ ଜବତ କରାଯାଇଥିଲା। ନ୍ୟାସନାଲ୍ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ତଥ୍ୟ ଅନୁଯାୟୀ,ଏହି ସିମ୍ ବ୍ୟବହାର କରି ଅଭିଯୁକ୍ତମାନେ ୨୦ଟି ରାଜ୍ୟରେ ଏଯାଏ ୧୭୧ଟି ଠକେଇ କରିଥିବା ସାମ୍ନାକୁ ଆସିଛି। 

ତେବେ କେବେ ଧରାପଡ଼ିବ ମୁମ୍ବାଇରେ ଥିବା ଡାଟା ସପ୍ଲାୟର ? କେବେ ଝାଡ଼ଖଣ୍ଡରେ ଥିବା ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବ ସାଇବର ଟିମ୍ ? ଭଡ଼ାରେ ଆକାଉଣ୍ଟ ଦେଇ କମିଶନ ପାଉଥିବା ବ୍ୟକ୍ତିଙ୍କୁ ବାନ୍ଧିବ କି ସାଇବର୍ ପୋଲିସ ? ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ସାଇବର ଟିମ୍ ଅନ୍ୟ ରାଜ୍ୟର ପୋଲିସଙ୍କର ବି ସହାୟତା ଲୋଡ଼ିଛି। 

Jamtara Gang Fraud Case
Advertisment
Advertisment