• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆତ୍ମହତ୍ୟାର ୧୧ ଦିନ ପରେ ବି ମଡେଲ୍ ସୌମ୍ୟରଂଜନ ମୃତ୍ୟୁ ମାମଲା ଉପରୁ ହଟିପାରିନି ପରଦା । ଆତ୍ମହତ୍ୟା ପାଇଁ ସୁଇସାଇଡ୍ ନୋଟ୍‌ରେ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ଓ ତାଙ୍କ ମାଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବା ଏବଂ ଏହାର ଅଡିଓ ଭାଇରାଲ୍ ହେବା ପରେ ବି ତଦନ୍ତ ଆଗକୁ ନବଢ଼ିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏପରିକି ଏଯାଏଁ ପ୍ରେମିକାଙ୍କୁ ଜେରା କରାଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର । ଶୀଘ୍ର କାର୍ଯ୍ୟାନୁଷ୍ଠାନ ନହେଲେ ଥାନା ଘେରାଉ ସହ ଆତ୍ମାହୁତିର ଧମକ ଦେଇଛନ୍ତି ପରିବାର ଲୋକେ । ତେବେ ମାମଲାର ଅଗ୍ରଗତି ନେଇ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ ।

ମଡେଲ୍ ସୌମ୍ୟରଞ୍ଜନ ମିଶ୍ର ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ହେଉନି ପୋଲିସ୍ ଆକ୍ସନ? ସୁଇସାଇଡ୍ ନୋଟ୍‌ରେ ଭଲ ଭାବେ ତଦନ୍ତ ପାଇଁ ମୃତ୍ୟ ସୌମ୍ୟରଞ୍ଜନ ଗୁହାରି କରିଥିଲେ । ମୃତ୍ୟୁ ପରେ ଆସିଥିବା ଅନେକ ଭାଇରାଲ୍ ଅଡିଓ ଏବଂ ସୁଇସାଇଡ୍ ନୋଟ୍‌ରେ ଛଳନା ଓ ଆତ୍ମହତ୍ୟା କଥା ଥିଲେବି ଏଯାଏଁ ଆକ୍ସନ ନହେବା ନେଇ ପ୍ରଶ୍ନ ଉଠିଛି ।

ସେପଟେ ସୌମ୍ୟଙ୍କ ମୃତ୍ୟୁର ୧୧ ଦିନ ବିତି ଯାଇଥିଲେବି ପୁଅକୁ ହରାଇ ମା ଆଖିରୁ ଲୁହ ଶୁଖୁନି । ଏକ ଭାଇରାଲ୍ ଅଡିଓରେ ରହିଛି ସୌମ୍ୟ ଓ ତାଙ୍କ ପ୍ରେମିକାଙ୍କର ବାର୍ତ୍ତାଳାପ, ଯେଉଁଥିରେ ଛଳନା, ପ୍ରତାରଣା କଥା ସାମ୍ନାକୁ ଆସୁଛି । ସେହିପରି ସୌମ୍ୟ ଓ ତାଙ୍କ ପ୍ରେମିକାଙ୍କ ମା’ଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଆଉ ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆତ୍ମହତ୍ୟାକଥା କହୁଛନ୍ତି ସୌମ୍ୟ ମା’ । ଏପରି ଅନେକ ପ୍ରମାଣ ଥିଲେ ବି ସୌମ୍ୟଙ୍କ ପ୍ରେମିକାଙ୍କୁ ପୋଲିସ୍ ଥାନାକୁ ଡାକିବା ତ ଦୂରର କଥା, ଏପର୍ଯ୍ୟନ୍ତ ପଚରାଉଚରା ବି କରିନଥିବା ପରିବାର ଲୋକେ କହିଛନ୍ତି । ଯଦି ପୋଲିସ୍ ଶୀଘ୍ର କୌଣସି ଆକ୍ସନ ନନିଏ, ତେବେ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକ ।

 

ମାମଲାର ତଦନ୍ତ କରୁଥିବା ଇନ୍‌ଫୋସିଟି ପୋଲିସ୍ ସୁଇସାଇଡ୍ ନୋଟ୍, ଭାଇରାଲ୍ ଅଡିଓ, ହ୍ୱାଟସ୍ ଅପ୍ ଚାଟ୍, କଲ୍ ଡିଟେଲ୍ସ, ପାରିପାର୍ଶ୍ୱିକ ପ୍ରମାଣ ଆଦି ପାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନେଇନାହିଁ । କେବେ ଖୋଲିବ ସୌମ୍ୟରଞ୍ଜନ ମୁତ୍ୟୁ ଗୁମର? ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଲାଗି ଆଇପିସିର ଦଫା ୩୦୬ ଲାଗିବ ନା କେବଳ ଏକ ଅପମୃତ୍ୟୁ ମାମଲା ଭାବେ ପୋଲିସ୍ ତଦନ୍ତ ଜାରି ରଖିବ?

ରିପୋର୍ଟର- ଆଲୋକ ମହାନ୍ତି