Advertisment

‘ସୋନାଲି ଏତେ ବଡ଼ ସେଲିବ୍ରିଟି ନୁହେଁ, ସେ ଥାର୍ଡ କ୍ଲାସ୍‌ ସେଲିବ୍ରିଟି’

ଯୁବ ମଡେଲର୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସ୍‌ ପ୍ରେମିକା ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Soumya's Sister Reaction Over Brother Death

Soumya's Sister Reaction Over Brother Death

ପ୍ରେମରେ ଧୋକ୍କା ଖାଇ ରାଜଧାନୀ ଭୁବନେଶ୍ୱରର ଯୁବ ମଡେଲର୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଛନ୍ତି। 

Advertisment

ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍‌ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ପୋଲିସ୍‌ ତଦନ୍ତ ପ୍ରକ୍ରିୟାରେ ପ୍ରଶ୍ନ ଉଠାଇବା ସହ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ନୀ ପାଣିଗ୍ରାହୀ କହିଛନ୍ତି, ‘ଭାଇନା, ସୁଇସାଇଡ୍‌ କରିବା ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ ସୋନାଲି ହିଁ ଦାୟୀ। ଘଟଣାର ସଠିକ୍‌ ତଦନ୍ତ ପାଇଁ ମଧ୍ୟ ପୋଲିସ୍‌କୁ ଅନୁରୋଧ କରାଯାଇଛି। ଯାହା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ଏସବୁ ପରେ ପୋଲିସ୍‌କୁ ଆଉ କ’ଣ ପ୍ରମାଣ ଦରକାର ? ପୋଲିସ୍‌କୁ ଆଉ କେତେ ପ୍ରମାଣ ମିଳିଲେ ସୋନାଲିକୁ ଗିରଫ କରାଯିବ। ଆଜିକୁ ୧୧ ଦିନ ହେଲାଣି ମୋ ଭାଇନାଙ୍କୁ କାହିଁକି ନ୍ୟାୟ ମିଳିପାରି ନାହିଁ ? ସୋନାଲିଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ଉପରେ ଚାପ ପଡ଼ୁଛି କି ନାହିଁ, କିଛି ବୁଝା ପଡ଼ୁ ନାହିଁ।’

Advertisment

ସୌମ୍ୟଙ୍କ ଭଉଣୀ  ଆହୁରି କହିଛନ୍ତି, ‘ସୋନାଲି ଏତେ ବଡ଼ ସେଲିବ୍ରିଟି ନୁହେଁ। ସେ ଜଣେ ଥାର୍ଡ କ୍ଲାସ୍‌ ସେଲିବ୍ରିଟି। କୋଉ ଆଙ୍ଗେଲ୍‌ରୁ ସେ ସେଲିବ୍ରିଟି ମୋତେ ବୁଝା ପଡ଼ୁନାହିଁ। ପୋଲିସ୍‌କୁ ଅନୁରୋଧ କରୁଛି, ଯଥାଶୀଘ୍ର ସୋନାଲିକୁ ଗିରଫ କରାଯାଉ।’

ଖବର ଲେଖାଯିବା ସୁଦ୍ଧା ସୌମ୍ୟଙ୍କ ଭଉଣୀଙ୍କ ଏହି ଅଭିଯୋଗ ଉପରେ ସୋନାଲିଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Soumya Ranjan Panigrahi Death Bhubaneswar Sonali Nanda
Advertisment
Advertisment