Advertisment

‘ନିଧୂର୍ମ ମାଡ଼ ମାରିଲେ, ଭିଡିଓ କରିବା ପାଇଁ ଫୋର୍ସ କଲେ’

୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ। ଅପହରଣ ପରେ ଗୁପ୍ତାଙ୍ଗ ସମେତ ଶରୀରର ବିଭିନ୍ନ ସ୍ଥାନରେ କାଚ ବୋତଲରେ ଆକ୍ରମଣ କରାଯାଇଥିବା ସଂପୃକ୍ତ ଛାତ୍ର ଜଣକ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
College Student Kidnapped

College Student Kidnapped

୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ। ଅପହରଣ ପରେ ଗୁପ୍ତାଙ୍ଗ ସମେତ ଶରୀରର ବିଭିନ୍ନ ସ୍ଥାନରେ କାଚ ବୋତଲରେ ଆକ୍ରମଣ କରାଯାଇଥିବା ସଂପୃକ୍ତ ଛାତ୍ର ଜଣକ ଅଭିଯୋଗ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି। ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସି ଆସି ଥାନାରେ ଏତଲା ଦେଇଛନ୍ତି ଛାତ୍ର ଜଣକ। 

Advertisment

ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଚୁନୁକୋଳି ବସ୍ତିର ଶିବାଜୀ ସରକାର ପଟିଆ ପେଟ୍ରୋଲ ପମ୍ପରେ ତେଲ ପକାଉଥିଲେ। ଏହି ସମୟରେ ୪ ଯୁବକ ତାଙ୍କୁ ଡାକିବା ପରେ ତାଙ୍କ ମୁହଁରେ କଳା କପଡ଼ା ପକାଇ ଅପହରଣ କରି ନେଇଯାଇଥିଲେ। ଅପହରଣକାରୀମାନେ ଶିବାଜୀଙ୍କୁ ଭଙ୍ଗା ଘରେ ରଖି ମାର୍‌ପିଟ୍‌ କରିବା ସହ ତାଙ୍କୁ ୭ ହଜାର ଟଙ୍କା ମାଗିଥିଲେ।  

ଶିବାଜୀ ଯେତେ ନେହୁରା ହୋଇଥିଲେ ବି ଅପହରଣକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ତେବେ ସେ ଚତୁରତାର ସହ ଅପହରଣକାରୀଙ୍କ କବଳରୁ ଖସି ଆସି ଥାନାରେ ଏତଲା ଦେଇଛନ୍ତି। ଏତଲାରେ ୪ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇଛି। ଏମାନଙ୍କ ନାଁରେ ଆଗରୁ ମଧ୍ୟ ସ୍ଥାନୀୟ ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି।

Advertisment

ଅଭିଯୋଗ ଆଣି ଶିବାଜୀ କହିଛନ୍ତି, ‘ମୋତେ ସେମାନେ ନିଧୂର୍ମ ମାଡ଼ ମାରିଥିଲେ। ତାଙ୍କଠୁ ଟଙ୍କା ନେଇଥିବା କଥା କହିବା ପାଇଁ ମୋତେ ବାଧ୍ୟ କଲେ। ହେଲେ ମୁଁ ତାଙ୍କଠୁ କୌଣସି ଟଙ୍କା ନେଇ ନାହିଁ। ମୋତେ ଭିଡିଓ କରିବା ପାଇଁ ମଧ୍ୟ ଫୋର୍ସ କଲେ। ସେହି ସମୟରେ ମୁଁ ଏମିତି ସ୍ଥିତିରେ ଥିଲି ଯେ, ଭଲ ଭାବେ କଥା ମଧ୍ୟ କହିପାରୁ ନଥିଲି।’

ପୋଲିସ୍‌ ଘଟଣାର ଖୋଳତାଡ଼ ଜାରି ରଖିଥିବା ବେଳେ ୪ ଅଭିଯୁକ୍ତଙ୍କ ଏଯାଏ କୌଣସି ପତ୍ତା ମିଳିପାରିନି।  

College Student Kidnap
Advertisment
Advertisment