• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

With 1,897 Covid-19 Cases In A Day, Odisha Sees Biggest Spike In 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।

Teenagers Vaccination
ସାରା ଦେଶରେ କିଶୋର ମାନଙ୍କୁ ଭ୍ୟାକ୍ସିନ ଦିଆଯାଉଥିବାର କିଛି ଚିତ୍ର

ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।

covid19
ଲକ୍ଷେ ମୁହାଁ ହେଲାଣି ସଂକ୍ରମଣ: ଦିନକରେ ୯୦ ହଜାର ୯୨୮ ପଜିଟିଭ

ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଆଡକୁ ଗଲାଣି ଦୈନିକ ସଂକ୍ରମଣ । ଗତକାଲିଠାରୁ ପ୍ରାୟ ଆଜି ପ୍ରାୟ ଦେଢ଼ଗୁଣା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ଅପେକ୍ଷା ପ୍ରାୟ ଦେଢ଼ ଗୁଣା ।

Coronavirus
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨୪ ଘଣ୍ଟାରେ ୧,୮୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୬୯

ଆଜି ବି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Omicron Death
ଦେଶରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Containment
ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ୍‌

ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା ।

  • Wednesday, 05 January 2022
Omicron
ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ

ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ । ଓମିକ୍ରନ୍‌ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ । 

  • Wednesday, 05 January 2022
Omicron
ଡରାଇଲାଣି ଓମିକ୍ରନ୍‌ ! ଦିନକରେ ୩୭ରୁ ୬୧ ସଂକ୍ରମିତ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ।

Corona
ଗୋଟିଏ ସ୍କୁଲରୁ ୫୩ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି ସଂକ୍ରମଣ : ଗୋଟିଏ ସ୍କୁଲରୁ ୫୩ ପଜିଟିଭ୍‌ ଚିହ୍ନଟ ହେଲେ

Corona Third Wave
ରାଜ୍ୟରେ କରୋନାର ଆଉ ଏକ ଲହର !

ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି ସରକାର । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।

Corona Guidelines
କଡ଼ା କଟକଣା ! ଗହଳି ମନା, ବାହାଘର-ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଆଉ ଶୁଦ୍ଧିକ୍ରିୟାରେ...

ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

guidelines
୫୦ ପ୍ରତିଶତରେ ଚାଲିବ ସରକାରୀ ଅଫିସ୍ ! ଟ୍ରେନିଂ କାର୍ଯ୍ୟକ୍ରମରେ ରହିପାରିବେ ୧୦୦ ଲୋକ

କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍‌ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।

corona
କରୋନା ପାଇଁ ବଢ଼ିଲା କଟକଣା ! ସ୍କୁଲ କଲେଜ୍‌ ବନ୍ଦ, ବିବାହରେ ୧୦୦ ଜଣଙ୍କୁ ଅନୁମତି

କରୋନା ପାଇଁ ରାଜ୍ୟରେ ବଢ଼ିଲା କଟକଣା । ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।

Corona
ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ, ପୂର୍ବରୁ ଏମିତି ପରିସ୍ଥିତି ଆସିନଥିଲା

ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍‌ଡାଉନ୍‌ ? ନା ୱିକେଣ୍ଡ ସଟ୍‌ଡାଉନ୍‌କୁ ଦିଆଯିବ ଗୁରୁତ୍ୱ ?

Booster Dose
ସ୍ପଷ୍ଟ କଲେ VK Paul; କିଏ କେଉଁ ବ୍ରାଣ୍ଡର ନେବ ବୁଷ୍ଟର ଡୋଜ୍‌ ?

ବୁଷ୍ଟର ଡୋଜ୍‌ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍‌ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ?

Odisha Omicron
ଓମିକ୍ରନ୍‌ର ଚୌକା-ଛକା, ରାଜ୍ୟରେ ପୁଣି ୨୪ ସଂକ୍ରମିତ

ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । 

containment zones
 ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି।

Omicron
ଦିଲ୍ଲୀ ପରି ଓଡ଼ିଶାରେ ବି ବଢିବ କରୋନା !

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ।

IHU
ଓମିକ୍ରନ୍ ପରେ ଏବେ ନୂଆ ଭାରିଆଣ୍ଟ IHU: ପୁଣି ଚିନ୍ତାରେ ସାରା ବିଶ୍ୱ

କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇ ପଡିଥିବା ବେଳେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି ।

WHO on Omicron
ଓମିକ୍ରନ ବ୍ୟାପିଲେ ସୃଷ୍ଟି ହେବ ନୂଆ ଘାତକ ଭ୍ୟାରିଆଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।

Covid19 cases explode in Odisha
ହଠାତ୍‌ ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ, ଦିନକରେ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ

ପୁଣିଥରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Covid
ଦେଶରେ ଆସିଲା କି କରୋନାର ତୃତୀୟ ଲହର? ଦିନକରେ ୫୮,୦୯୭ ଆକ୍ରାନ୍ତ, ୫୩୪ ମୃତ

ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି ଦେଶରେ ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

Corona Virus
ନିଇତି ବଢୁଛି ସଂକ୍ରମଣ ଗ୍ରାଫ୍‌, ଫେରିଲା ନାଇଟ୍‌ କର୍ଫ୍ୟୁ

କିଛି ମାନୁନି ସଂକ୍ରମଣ । ନିଇତି ବଢୁଛି ସଂକ୍ରମଣ ଗ୍ରାଫ୍‌, ଫେରିଲା ନାଇଟ୍‌ କର୍ଫ୍ୟୁ ।

  • Tuesday, 04 January 2022
Covid Vaccine
ବଢ଼ିଲା ଚିନ୍ତା ‘ଶରୀରରେ କରୋନା ଟିକାର ପ୍ରଭାବ ମାତ୍ର ୬ ମାସ’

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।

LOKA SEVAK
ମାଡ଼ିଆସିଲାଣି କରୋନା ! ୧୦ ଦିନରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ବଢୁଛି, ଓଡ଼ିଶାରେ ବି ବଢ଼ିବା ଆରମ୍ଭ ହୋଇଛି । ତେଣୁ କୋଭିଡର ଉତ୍ତମ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।