Advertisment

ଦେଶରେ ଆସିଲା କି କରୋନାର ତୃତୀୟ ଲହର? ଦିନକରେ ୫୮,୦୯୭ ଆକ୍ରାନ୍ତ, ୫୩୪ ମୃତ

ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି ଦେଶରେ ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Covid test

Covid

ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା (Corona) ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ (Omicron) । ଆଜି ଦେଶରେ ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୨ ହଜାର ୫୫୧କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୨,୧୪,୦୦୪ ରହିଥିବା ବେଳେ ଆଜି ଦେଶରେ ୩,୪୩,୨୧,୮୦୩ ଜଣ ସୁସ୍ଥ ହେଲେଣି ।

Advertisment

ଗତକାଲି ଦେଶରେ ୨୪ ଘଣ୍ଟାରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଦିନକରେ ଦେଶରେ ୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଧ୍ୟ ଗତକାଲି କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଥିଲେ ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କରିଛନ୍ତି। ତେବେ ସେ ଓମିକ୍ରନ କି ଡେଲଟା ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାଙ୍କ ଛଡ଼ା ପରିବାରର ଅନ୍ୟ କିଏ କରୋନାରେ ସଂକ୍ରମିତ ହୋଇଛନ୍ତି ନା ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ।

ଦେଶରେ କରୋନା ପୁଣି ଏମିତି ଘାଣ୍ଟୁଛି ଯେ, ବାଧ୍ୟହୋଇ କେତେକ ରାଜ୍ୟ ପୁରୁଣା ଫର୍ମୁଲା ଆପଣାଇଲେଣି। ଯେମିତିକି ଦିଲ୍ଲୀରେ ବେକାବୁ ସଂକ୍ରମଣରେ ବ୍ରେକ୍ ଦେବାକୁ ପୁଣି ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍‌ ସାଙ୍ଗକୁ ଓ୍ୱାର୍କ ଫ୍ରମ୍ ହୋମ୍ ନିୟମ । ପଞ୍ଜାବରେ ସବୁ ସହରାଞ୍ଚଳରେ ଜାରି ହୋଇଛି ନାଇଟକର୍ଫ୍ୟୁ। ଏଣେ ଓଡ଼ିଶାରେ ବି ସଂକ୍ରମଣ ଲମ୍ବା ଡିଆଁ ମାରୁଥିବାବେଳେ କେଉଁଠି ଅଫିସ୍ ସିଲ୍ ତ କେଉଁଠି ମାଇକ୍ରୋକଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଉଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଙ୍କେତ ଦେଇଛନ୍ତି ଆଗକୁ ଆହୁରି ବଢ଼ିବ ସଂକ୍ରମଣ। ସେହିପରି ଦେଶରେ ଓମିକ୍ରନ୍ ସଂଖ୍ୟା ୧୯ଶହ ଛୁଇଁବା ଛୁଇଁବା ହେଉଛି ।

Advertisment
India COVID19 Corona Virus
Advertisment
Advertisment