• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

omisure
ଏଣିକି ସହଜ ହେବ ଓମିକ୍ରନ୍‌ ଚିହ୍ନଟ, ଓଡ଼ିଶାକୁ ଆସିଲା ଓମିସିଓର କିଟ୍‌

ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।

Covid 19
ଡରାଇଲାଣି କରୋନା ! ରାଜ୍ୟରେ ଆଉ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ।

Corona Death
ପୁଣି ଡରାଇଲାଣି କରୋନା ! ଓଡ଼ିଶାରେ ସଂକ୍ରମଣ ବଢ଼ୁଛି, ଦେଶରେ ୫ ଲକ୍ଷ ଛୁଇଁଲାଣି ମୃତ୍ୟୁସଂଖ୍ୟା

ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍‌ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ।

Covid Hospital
ଟେଷ୍ଟିଂ କମିବାରୁ କେନ୍ଦ୍ର ଖପ୍ପା, କରୋନା ଲକ୍ଷଣ ଥିଲେ ଟେଷ୍ଟିଂ ଜରୁରୀ

ICMR ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବହୁ ପରିମାଣରେ ହ୍ରାସ ପାଇଛି । ଏହା ଫଳରେ ଦୈନିକ ସଂକ୍ରମଣ ମଧ୍ୟ ତଳମୁହାଁ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ।

  • Wednesday, 19 January 2022
Covid Review
ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ: ମୁଖ୍ୟମନ୍ତ୍ରୀ

ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

Covid19
ହଟ୍‌ସ୍ପଟ୍ ଚିହ୍ନଟ କରି କଣ୍ଟେନମେଣ୍ଟ କର: କେନ୍ଦ୍ର

କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ଅଛି।

Covid 19
ପ୍ରତି ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଲଙ୍ଗ୍ କୋଭିଡ୍‌ର ଶିକାର

ଚିନ୍ତାର ବିଷୟ ହେଉଛି, ଉଭୟ ଡୋଜ୍ ଟିକା ନେଇଥିବା ପ୍ରାୟ ୩୪ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି ଲଙ୍ଗ୍ କୋଭିଡ୍ ସମସ୍ୟା।

Corona Doctor
କରୋନାକୁ ନେଇ ଏବେ ସମସ୍ତେ କନ୍‌ଫ୍ୟୁଜ୍‌ ! ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କିଛି କହିହେବନି

ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ।

Omicron
କାୟା ବିସ୍ତାର କରୁଛି ନୂଆ ଭ୍ୟାରିଆଣ୍ଟ; ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି ପାଇଛି । କାଲି ଠାରୁ ଆଜି ୮.୩୧% ଅଧତ୍କ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Corona
ରାଜ୍ୟରେ ପୁଣି ୧୧,୦୮୬ କରୋନା ଆକ୍ରାନ୍ତ

ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି ।

Covid Ventilator
କରୋନା ଆକ୍ରାନ୍ତ ଥିଲେ, ସମସ୍ତେ ମେଡିକାଲ ଯିବା ଜରୁରୀ କି ନୁହେଁ ? ଜାଣନ୍ତୁ..

ସଂଶୋଧିତ ଗାଇଡଲାଇନ୍‌ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।

covid vaccine for children
ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ ଟିକା !

ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍‌ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।

Corona
ଖୁସି ଖବର, ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ ଟିକା !

ଦେଶରେ ଏବେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Corona
ଡରିବାର ନାହିଁ ! ‘ଓମିକ୍ରନ୍‌ ଯେମିତି ଶୀଘ୍ର ମାଡ଼ୁଛି ସେମିତି ଶୀଘ୍ର ଦୁର୍ବଳ ହେବ’

ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍‌ ।

Sealed
ମାତିଛି କରୋନା ! କଟକ ପରେ ଅନୁଗୋଳ କୋର୍ଟ ସିଲ୍‌

ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

Staff At AIIMS Bhubaneswar Infected With Covid19
ଏମ୍ସରେ ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ

କରୋନା ସଂକ୍ରମଣ ଲଗାମ ଲାଗୁନି ଲଗାମ୍ । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

aiims bhubaneswar
ଭୁବନେଶ୍ୱର ଏମ୍ସରେ ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୭୦ରୁ ଅଧିକ ଡାକ୍ତର, ୬୦ ନର୍ସିଂ କର୍ମଚାରୀ, ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖାଲି ଏତିକି ନୁହେଁ, ୯୦ରୁ ଅଧିକ ଅନ୍ୟ କର୍ମଚାରୀମାନେ ବି କରୋନା ସଂକ୍ରମିତ ହୋଇଛନ୍ତି ସମସ୍ତେ ଆକ୍ରାନ୍ତ ଆଇସୋଲେସନରେ ଅଛନ୍ତି ।

Covid19
ଦେଶରେ କମିଛି ଦୈନିକ ସଂକ୍ରମଣ; ଆଜି ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

corona virus
ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ; ଦିନକରେ ୧୦,୪୮୯ ଆକ୍ରାନ୍ତ ଚିହ୍ନଟ

ଗତକାଲି ରାଜ୍ୟରେ ଉପରମୁହାଁ ରହିଥିଲା କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନଥିଲା। ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Corona Vaccination
ଟିକାକରଣକୁ ବର୍ଷେ ପୁରିଲା

୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ ।

Corona Vaccination
ଟିକାକରଣକୁ ବର୍ଷେ, ହେଲେ ଏବେ ବି ଲୋକଙ୍କ ମନାରୁ ଯାଇନି ଭୟ

ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

Covid
ଲଗାମ ଧରୁନି ସଂକ୍ରମଣ; ଦିନକରେ ୨,୭୧,୨୦୨ ଆକ୍ରାନ୍ତ

ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।

Covid
ଉପରମୁହାଁ ହେଉଛି କରୋନା ସଂକ୍ରମଣ: ଦିନକରେ ୧୧,୧୭୭ ଚିହ୍ନଟ

ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନି। ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଲାଣି । ଆଜି ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Omicron cases
ରାଜ୍ୟରେ ଓମିକ୍ରନର ଡବଲ ସେଞ୍ଚୁରୀ

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ । ଚିହ୍ନଟ ହେଲେ ଆଉ ୩୨ ନୂଆ ଓମିକ୍ରନ୍ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୦୨ । ଏପଟେ ଆଜିକୁ ମିଶାଇ ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି କୋଭିଡ୍‌ର ୧୦ ହଜାର ପାର୍ ନୂଆ ସଂକ୍ରମଣ ଟ୍ରେଣ୍ଡ ।

omicron Variant
ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ, ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧତ୍କ ଆକ୍ରାନ୍ତ

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି ।