Advertisment

ଲଗାମ ଧରୁନି ସଂକ୍ରମଣ; ଦିନକରେ ୨,୭୧,୨୦୨ ଆକ୍ରାନ୍ତ

ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।

author-image
Otv Khabar Bureau
undefined

Covid

ଦେଶରେ କାୟା ମେଲାଉଛି କରୋନା। ୩ ଲକ୍ଷ ମୁହାଁ ଏବେ ସଂକ୍ରମଣ। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ୧୫,୫୦,୩୭୭ ଆକ୍ଟିଭ୍ କେସ୍‌ ରହିଥିବା ବେଳେ ୩,୫୦,୮୫,୭୨୧ ଜଣ ସୁସ୍ଥ ହେଲେଣି।

Advertisment

ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୈନିକ ପଜିଟିଭିଟି ହାର ୧୬.୨୮ ପ୍ରତିଶତ ରହିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩କୁ ବୃଦ୍ଧି ପାଇଛି। ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ସୂଚାନା ଦିଆଯାଇଛି ।

ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି। ଏବେ ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ୨ ଲକ୍ଷ ୬୪ ହଜାର ୪୪୧ ରହିଛି। ଗତକାଲି ମହାରାଷ୍ଟ୍ରରେ ୪୨ ହଜାର ୪୬୨ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ସଂକ୍ରମଣ ବି ଚିନ୍ତା ବଢ଼ାଇଲାଣି। ଗତକାଲି ୮୧ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ୧୦ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ପୁଣେରେ ଦିନକରେ ବାହାରିଛନ୍ତି ୫ ହଜାର ୭୦୫ ପଜିଟିଭ୍। ସେହିପରି କର୍ଣ୍ଣାଟକରେ ଦିନକରେ ୩୨ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। କେବଳ ବେଙ୍ଗାଲୁରୁରେ ୨୪ ଘଣ୍ଟାରେ ବାହାରିଛନ୍ତି ୨୨ ହଜାରରୁ ଅଧିକ ପଜିଟିଭ୍।

Advertisment

କରୋନା ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି। ଦିଲ୍ଲୀରେ ଗତକାଲି ୨୦ ହଜାର ୭୧୮ ପଜିଟିଭ୍ ବାହାରିଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆକ୍ଟିଭ୍ କେସ୍ ୯୩ ହଜାର ପାର୍ କରିଛି। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ୩୦% ଟପିଛି।

India COVID19
Advertisment
Advertisment