• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ରମଶଃ ୪ ଦିନ ଧରି ୧୦ ହଜାର ଟ୍ରେଣ୍ତରେ ଚାଲିଥିବା କୋଭିଡ ସଂକ୍ରମଣରେ ଆଜି ଏକପ୍ରକାର ରୋକ୍‌ ଲାଗିଛି। ଗତକାଲି ଅପେକ୍ଷା ଆଜି କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୬୦୮୨ କେସ୍ ଚିହ୍ନଟ ହୋଇଥିବା ବେଳେ ୪୪୦୭ ଜଣ ଲୋକାଲ୍ କେସ୍‌ରେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୮୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୪୪୭ ଜଣ, କଟକରୁ ୭୮୬ ଓ ଷ୍ଟେଟପୁଲରୁ ୭୦୭ ଚିହ୍ନଟ ହୋଇଛନ୍ତି ।

 

ଗତକାଲି ରାଜ୍ୟରେ ଉପରମୁହାଁ ରହିଥିଲା କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନଥିଲା। ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରୁ ୬୪୭୯ ଜଣ, ଲୋକାଲ୍ କେସ୍ ୪୬୯୮ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧୬ ଚିହ୍ନଟ ହୋଇଥିଲେ ।

୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ । ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

ମହାମାରୀ ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ସାଜିଛି ଟିକାକରଣ । ଯେଉଁଥିପାଇଁ କେତେ ପ୍ରୟାସ, କେତେ ସତେନତତା ତଥାପି ସବୁ ଲୋକଙ୍କ ମନରେ ଟିକାକୁ ନେଇ ଦୂର ହୋଇନି ଭୟ । ଏଇ ଯେମିତି ବାଲେଶ୍ୱରର ସବିତା ସେଠୀ ମହାମାରୀ ଆରମ୍ଭ ସମୟରେ ସେ ଗର୍ଭବତୀ ଥିଲେ । ଏବେ ମା ହୋଇ ସାରିଲେଣି ତଥାପି ଡରରେ ଟିକା ନେଇନାହାନ୍ତି । ସେମିତି ଉଦଳା ବ୍ଲକ ଆମ୍ବଡିହାରେ ବସବାସ କରୁଥିବା ଲୋଧା ଓ ମାଙ୍କଡ଼ଇା ସଂପ୍ରଦାୟର ୫୦ରୁ ଅଧିକ ସଦସ୍ୟ ଟିକା ନେବେ ନାହିଁ ବୋଲି ଜିଦ୍ ଧରିଛନ୍ତି ।