• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ । ଚିହ୍ନଟ ହେଲେ ଆଉ ୩୨ ନୂଆ ଓମିକ୍ରନ୍ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୦୨ । ଏପଟେ ଆଜିକୁ ମିଶାଇ ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି କୋଭିଡ୍‌ର ୧୦ ହଜାର ପାର୍ ନୂଆ ସଂକ୍ରମଣ ଟ୍ରେଣ୍ଡ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ-ଜାନୁଆରୀ ୧୩ରେ ୧୦୦୫୯, ୧୪ରେ ୧୦୨୭୩ ଓ ଆଜି ୧୦୮୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

 

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି । ସଂକ୍ରମଣର ସର୍ବାଗ୍ରେ ଥିବା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଚେନ୍ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଉରକେଲାରେ କୋଭିଡ୍ ନିୟମ ମାନୁନଥିବା ଅମାନିଆଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ମହାନଗର ନିଗମ କମିଶନର ।

ଥାର୍ଡ ୱେଭ୍‌ରେ ସ୍ୱାସ୍ଥ୍ୟକର୍ମୀ ଅଧିକ ପ୍ରଭାବିତ ହେଉଥିବାର ପୁଣି ଆସିଛି ଖବର । ଭୁବନେଶ୍ୱର ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଆସନ୍ତା ୧୭ରୁ ଓପିଡି ବନ୍ଦ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ ସେଠାରେ ଜରୁରୀକାଳୀନ ସେବା ପୂର୍ବଭଳି ଚାଲୁ ରହିବ । ଏଣେ ଏହି ଲହରରେ ଅଯଥା ଟେଷ୍ଟିଂ ବଢୁଥିବାରୁ ଏସମ୍ପର୍କରେ କେନ୍ଦ୍ର ଗାଇଡଲାଇନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂର ଆବଶ୍ୟକ ନାହିଁ । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨%ରୁ କମ୍ ହସ୍ପିଟାଲାଇଜେସନ ହୋଇଥିବାବେଳେ ICUରେ ଅଛନ୍ତି ୩୦୦ ଆକ୍ରାନ୍ତ । ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବା ସହ ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଓ କରୋନା ପାଇଁ ଅନାବଶ୍ୟକ ଔଷଧ ନଖାଇବାକୁ ଦେଇଛନ୍ତି ପରାମର୍ଶ ।

ଦେଶରେ କରୋନାର ଦୈନିକ ସକ୍ରମଣ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୮ ହଜାର ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ରହିଛି ୧୬.୬୬ ପ୍ରତିଶତ । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର୍ କରି ସାରିଛି । ଏମିତିକି ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା । ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now