ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ମାଧ୍ୟମରେ ଜଟଣୀ ସ୍ଥିତ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୩ ମେ’ ୯ ତାରିଖରୁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ଗ୍ରହଣ ।
ଆମ ପୃଥିବୀରେ ଏମିତି ଜୀବ ରହିଛନ୍ତି ଯେଉଁମାନେ କେବେ ଶୁଅନ୍ତି ନାହିଁ । ଅର୍ଥାତ୍ ସେମାନଙ୍କୁ କେବେ ନିଦ ହୁଏ ନାହିଁ ।
ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ବିଲେଇ ଏକ ମୋବାଇଲ୍ ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି ।
ଟିବିରେ ଆକ୍ରାନ୍ତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଛାତ୍ରୀଙ୍କର ଗତକାଲି ଆନନ୍ଦପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ପରେ ଘଟଣାକୁ ନେଇ ଅପମୃତ୍ୟୁ ମାମଲା କହି ଶବକୁ ଜବତ କରିଥିଲା ରାମଚନ୍ଦ୍ରପୁର ପୋଲିସ ।
୯ ବର୍ଷିୟ ନାବାଳିକା ଜଣକ ତାଙ୍କ ମା'ର ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ତାଙ୍କ ମା’ଙ୍କୁ ତାଙ୍କ ବାପା ହତ୍ୟା କରିଥିବା ସେ କୋର୍ଟରେ ସାକ୍ଷୀ ଦେଇଛନ୍ତି ।
ମୁମ୍ବାଇ ପୋଲିସ ଛାତ୍ରଙ୍କ ବିରୋଧରେ LOC ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।
ଜାଣନ୍ତି କି ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ ବୋଲି କୁହାଯାଏ । ତାଜମହଲ ହେଉଛି ଆମ ଦେଶର ଗୌରବ । ତାଜମହଲକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା ରହିଥିବାବେଳେ ୮୯ ବର୍ଷ ଧରି କାହିଁକି ତାଜମହଲର ୨୨ କୋଠରି ଖୋଲାଯାଏ ନାହିଁ ବୋଲି ସବୁବେଳେ ଚର୍ଚ୍ଚା...
ଗତକାଲି ସଂଧ୍ୟାରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ ଓ ନାଗପୁରରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ସିନେମାକୁ ଦେଖିଛନ୍ତି । ଭୁରି ଭୁରି ପ୍ରଶଂସା କରିବା ସହ ଏହି କାହାଣୀ ପ୍ରତିଟି ଭାରତୀୟଙ୍କ ପାଖରେ ପହଞ୍ଚିବା ଜରୁରୀ ବୋଲି କହିଛନ୍ତି ଦେବେନ୍ଦ୍ର ।
ଏହି ଲଢ଼େଇରେ ମଇଦାନରେ ୨ ହଜାର ୬୧୫ଜଣ ପ୍ରାର୍ଥୀ ରହିଛନ୍ତି । ଏଥର ଶାସନାଧିନ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ତା’ସହ ଦେବଗୌଡ଼ାଙ୍କ ଜେଡିଏସ୍ ବି ଏଥର ଉଭୟ ଦଳକୁ ଫାଇଟ୍ ଦେଇଛି ।
ଟଙ୍କା ନେବାକୁ ଲୋକଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା । ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହେବା ପରେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଥିଲା ।
୨୦୧୧ ମସିହାରୁ ଜାପାନର ଉତ୍ତରତମ ଦ୍ୱୀପପୁଞ୍ଜର ତୁଷାର ଟୋକାଚି ଅଞ୍ଚଳରେ ଜଣେ ଚାଷୀ ନାକାଗାୱା ଆମ୍ବ ଚାଷ କରିଆସୁଛନ୍ତି । ଆମ୍ୱଚାଷରୁ ଭଲ ଉତ୍ପାଦନ ହେବା ସହ ଭଲ ବ୍ୟବସାୟ ମଧ୍ୟ ହେଉଛି ।
ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି...
ପରିବାରର ସଦସ୍ୟଙ୍କୁ ସୁନା ଓ ଟଙ୍କା କେଉଁଠାରେ ରହିଛି ବୋଲି ଡକାୟତମାନେ ପଚାରିବା ସହ ଲୁଟ୍ କରିଥିଲେ । ଲୁଟ୍ କରିବା ସମୟରେ ୩ଜଣ ଲୁଟେରା ଘରର ସଦସ୍ୟମାନଙ୍କୁ ଭୟଭୀତ କରାଇ ଜଗି ରହିଥିଲେ । ଅନ୍ୟ ଦୁଇଜଣ ଲୁଟେରା ଘରର ସମସ୍ତ ସ୍ଥାନ ଯାଞ୍ଚ କରିବା ସହିତ...
କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା...
କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ।
ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଏନେଇ ହିନ୍ଦୀରେ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, 'The Kerala Story' ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯିବ । ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ପୂରା କ୍ୟାବିନେଟ ଏହି ସିନେମାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବେ ବୋଲି ଆଶା କରାଯାଉଛି ।
ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି ।
ଆସନ୍ତା ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁବ । ଏଥି ପାଇଁ ସମୁଦ୍ର ଅଶାନ୍ତ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।