• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେମର ପ୍ରତୀକ ତାଜମହଲ । ତାଜମହଲକୁ ଶାହାଜାହାନ ଓ ମୁମ୍‌ତାଜଙ୍କ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଏହାର ନିର୍ମାଣକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । କିଛି ଗବେଷକ ତାଜମହଲକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ରଖିଥା’ନ୍ତି । କୁହାଯାଏ ଶାହାଜାହାନଙ୍କ ଅତି ପ୍ରିୟ ମୁମ୍‌ତାଜଙ୍କ ମୃତ୍ୟୁ ହୋଇଯିବାରୁ ସେ ଏହି ତାଜମହଲ ନିର୍ମାଣ କରିଥିଲେ । ସେହିପରି ଆଉ କିଛି ଗବେଷକ ମଧ୍ୟ ତାଜମହଲକୁ ନେଇ ତାଙ୍କର ଭିନ୍ନ ମତ ମଧ୍ୟ ରଖିଛନ୍ତି ।

ଜାଣନ୍ତି କି ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ ବୋଲି କୁହାଯାଏ । ତାଜମହଲ ହେଉଛି ଆମ ଦେଶର ଗୌରବ । ତାଜମହଲକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା ରହିଥିବାବେଳେ ୮୯ ବର୍ଷ ଧରି କାହିଁକି ତାଜମହଲର ୨୨ କୋଠରି ଖୋଲାଯାଏ ନାହିଁ ବୋଲି ସବୁବେଳେ ଚର୍ଚ୍ଚା ହୋଇଆସିଛି । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ...

ଅଧିକ ପଢ଼ନ୍ତୁ: ପାକିସ୍ତାନର ଶାହାଜାହାନ୍, ବେଗମଙ୍କ ସ୍ମୃତିରେ ତୋଳିଦେଲେ ଆଉ ଏକ ତାଜମହଲ

ପ୍ରତ୍ୟେକ ଦିନ ତାଜମହଲ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିରହିଥାଏ । ହେଲେ ତାଜମହଲକୁ ନେଇ ଏମିତି କିଛି କଥା ରହିଛି । ଯାହାକୁ ଅନେକ ଲୋକ ଜାଣିପାରିନାହାନ୍ତି । ତାଜମହଲର ଚମେଲି ପାର୍ଶ୍ୱ ତଳକୁ ୨୨ଟି କୋଠରି ରହିଛି । ଯାହାକୁ ୧୯୩୪ ମସିହାରେ ଖୋଲାଯାଇଥିଲା । ହେଲେ ସେବେଠୁ ଏହି ୨୨ଟି କୋଠରି ବନ୍ଦ ରହିଛି ।

ଏହାକୁ ନେଇ କିଛି ଐତିହାସିକ ମତ ରଖିଛନ୍ତି । ଐତିହାସିକଙ୍କ କହିବା ଅନୁସାରେ, ତାଜମହଲର ପାଚେରୀର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କୋଠରି ଗୁଡ଼ିକୁ ବନ୍ଦ କରାଯାଇଛି । ବନ୍ଦ କରାଯାଇଥିବା କୋଠରି ଗୁଡ଼ିକ ମାର୍ବଲରେ ନିର୍ମାଣ ହୋଇଛି । କୁହାଯାଉଛି, ଯଦି ଏଠାରେ କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ବଢ଼ିଯାଏ, ତେବେ କ୍ୟାଲସିୟମ କାର୍ବୋନେଟ୍‌ରେ ବଦଳିଯାଇପାରେ । ଯାହାଫଳରେ ତାଜମହଲର ପାଚେରୀ ପାଇଁ ବିପଦ ସୃଷ୍ଟି କରିପାରେ ।

ଏଥିପାଇଁ ତାଜମହଲର ୨୨ଟି କୋଠରିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ସହ ତାଲମହଲର ସ୍ୱତନ୍ତ୍ର ସୁରକ୍ଷା ପ୍ରତି ନଜର ଦିଆଯାଉଛି ।