• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଷ୍ଟାଫ୍ ସିଲେକ୍ସନ କମିଶନ (SSC) ପକ୍ଷରୁ ୨୦୨୩ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦଶମ ଓ ଯୁକ୍ତ ୨ କରିଥିଲେ ଆପଣ ବି ପାଇପାରିବେ ଚାକିରିର ସୁଯୋଗ । 2023 ଗ୍ରୁପ୍ ସି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଲୋୟର ଡିଭିଜନାଲ କ୍ଲର୍କ, ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ, ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ କିଛି ସରକାରୀ କାର୍ଯ୍ୟାଳୟ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଆବଶ୍ୟକତା ରହିଛି । ଏଥିପାଇଁ ଆପଣ ଯଦି ଇଚ୍ଛୁକ ରିହିଛନ୍ତି, ତେବେ ଆବେଦନ କରିପାରିବେ ।

ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୩ ମେ’ ୯ ତାରିଖରୁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ଗ୍ରହଣ । ଆଉ ଆବେଦନ ଗ୍ରହଣର ଶେଷ ତାରିଖ ଜୁନ୍‌ ୮ ଯାଏଁ ଧାର୍ଯ୍ୟ କରାଯାଇଛି ।

ମୋଟ ପଦବୀ ସଂଖ୍ୟା କେତେ

ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପାଖାପାଖି ୧୬୦୦ ପଦବୀ ଖାଲି ରହିଛି । ସଠିକ୍‌ ସମୟରେ ଏହି ପଦବୀ ନର୍ଣ୍ଣୟ କରାଯିବା ନେଇ ଜଣାପଡ଼ିଛି । ଆୟୋଗର ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ ହେବ ।https://ssc.nic.in ୱେବସାଇଟ୍ ମାଧ୍ୟମରେ ସମସ୍ତ ତଥ୍ୟ ଜାଣିପାରିବେ ।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀର ଆବେଦନ ପ୍ରକ୍ରିୟା

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଡାଟା ଏଣ୍ଟ୍ରି ଅପରେଟର (DEO) ବା DEO ଗ୍ରେଡ୍ 'ଏ' କମ୍ପ୍ଟ୍ରୋଲର୍, ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (C&AG), ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟ ପାଇଁ ବିଜ୍ଞାନରେ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ । ଏହା ସହିତ ବିଜ୍ଞାନରେ ଆପଣଙ୍କର ଗଣିତ ବିଷୟ ରହିଥିବା ଜରୁରୀ ।

ସେହିପରି LDC, JSA, DEO ଏବଂ DEO ଗ୍ରେଡ୍ ‘ଏ’ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରଖାଯାଛି । ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ ।

କ’ଣ ରହିଛି ବୟସ ସୀମା ?

ବୟସ ଗଣନା ପାଇଁ ୦୧/୦୮/୨୦୨୩କୁ ସ୍ଥିର କରାଯାଇଛି । ପ୍ରାର୍ଥୀମାନେ ୦୨/୦୮/ ୧୯୯୬ ପୂର୍ବରୁ ଜନ୍ମ ହୋଇନଥିବା ଆବଶ୍ୟକ । ନିୟମ ଅନୁସାରେ ବିଭିନ୍ନ ବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି ।

କେତେ ରହିଛି ଦରମା ?

ଲୋୟର ଡିଭିଜନ୍ କ୍ଲର୍କ (LDC) ଏବଂ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA) ପାଇଁ ଦରମା ଭଲ ରହିଛି । ଏଥିରେ ଚାକିରି ପାଇବାକୁ ଥିବା ପ୍ରାର୍ଥୀମାନେ ୧୯,୯୦୦ରୁ ୬୩, ୨୦୦ ଯାଏଁ ଦରମା ପାଇବେ ।

କିପରି କରିବେ ଆବେଦନ ?

ବିଜ୍ଞପ୍ତି ପ୍ରକାଶ ପାଇଥିବା ପୋଷ୍ଟ ଗୁଡ଼ିକ ପାଇଁ ଆବେଦନଗୁଡିକ କେବଳ SSC ମୁଖ୍ୟାଳୟର ୱେବସାଇଟ୍‌ରେ କରିହେବ । https://ssc.nic.in ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଦ୍ୱାରା ପ୍ରାର୍ଥୀମାନେ ଆବେଦନ କରିପାରିବେ ।