/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683616218.jpg)
Bihar chief minister Nitish Kumar reaches Bhubaneswar
ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଭୁବନେଶ୍ୱର ଏୟାରପୋର୍ଟରେ ନୀତିଶ ପହଞ୍ଚିବା ପରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଲୋଚନା କରିଥିବା ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।
Advertisment
କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି । ତେବେ ନୀତିଶଙ୍କ ପ୍ରସ୍ତାବରେ ନବୀନ ରାଜି ହେଉଛନ୍ତି ନାଁ ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ନବୀନ ଏବେ ସମଦୂରତା ଫର୍ମୁଲା ଅନୁସରଣ କରୁଥିବାରୁ ଆଗକୁ ତାଙ୍କ ଆଭିମୁଖ୍ୟ କିଭଳି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)