/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683616773.jpg)
The Kerala Story
ଚଳଚ୍ଚିତ୍ରକୁ ନେଇ ଚାଲିଛି କି ରାଜନୀତି ? ଦୁଇ ରାଜ୍ୟର ରାଜନୈତିକ ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଆଭିମୁଖ୍ୟ । ଗୋଟିଏ ରାଜ୍ୟର ସରକାର ଚଳଚ୍ଚିତ୍ର ଉପରେ ବ୍ୟାନ ଲଗାଇଥିବାବେଳେ ଅନ୍ୟ ଗୋଟିଏ ରାଜ୍ୟର ସରକାର ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି କରିଛନ୍ତି । ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ 'The Kerala Story'କୁ ବ୍ୟାନ୍ କରିଥିଲେ । ଯାହାକୁ ନେଇ ରାଜନୀତି ସରଗରମ ହେବା ସହ ଚର୍ଚ୍ଚା ଜୋର ରହିଛି । ହେଲେ ଏହି ସମୟରେ ଉତ୍ତପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'The Kerala Story'କୁ ଟିକସ ଫ୍ରୀ କରିବା ନେଇ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ହିନ୍ଦୀରେ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, 'The Kerala Story' ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯିବ । ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ପୂରା କ୍ୟାବିନେଟ ଏହି ସିନେମାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବେ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ’ ଟିମ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଚେତାବନୀ; କହିଲେ ଘୃଣାର ଶିକାର ହେବାକୁ ପଡ଼ିବ
ମେ’ ୬ ତାରିଖରେ ପ୍ରଥମ ରାଜ୍ୟ ଭାବେ ମଧ୍ୟପ୍ରଦେଶ ସରକାର ଚଳଚ୍ଚିତ୍ର ଉପରୁ ଟିକସ ଫ୍ରୀ ଘୋଷଣା କରିଥିଲା । 'The Kerala Story' କାହାଣୀର ଟ୍ରେଲର ରିଲିଜ୍ ହେବାପରେ ଏକ ବଡ଼ ବିବାଦ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।
ପରେ ପରେ 'The Kerala Story'କୁ ନେଇ କେରଳ ହାଇକୋର୍ଟ ଚଳଚ୍ଚିତ୍ରର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ । ଏଥି ସହିତ ଟ୍ରେଲରରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଆପତ୍ତିଜନକ କିଛି ନାହିଁ ବୋଲି କହିଛନ୍ତି । ସେପଟେ 'The Kerala Story'କୁ ନେଇ କିଛି ରାଜ୍ୟର ଯୁବକମାନ ଫିଲ୍ମର ସ୍କ୍ରିନିଂ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ ।
ଯାହାକୁ ନେଇ ସୋମବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ 'The Kerala Story' ଉପରେ ପ୍ରତିବନ୍ଧକ ଲଗାଇବା ସହ ଚଳଚ୍ଚିତ୍ରକୁ ବ୍ୟାନ୍ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶାନ୍ତି ବଜାୟ ରଖିବା ଏବଂ ହିଂସାକୁ ଏଡାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)