• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯେତେ ବିବାଦ ବଢ଼ୁଛି ବକ୍ସ ଅଫିସରେ ସେତେ କମାଲ କରୁଛି ହିନ୍ଦୀ ଫିଲ୍ମ ‘କେରଳ ଷ୍ଟୋରୀ’ । ଗତ ୫ ଦିନ ମଧ୍ୟରେ ସିନେମା ୫୦ କୋଟିରୁ ଅଧିକ ବ୍ୟବସାୟ କରିଛି । ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ବି ସିନେମାକୁ ଟ୍ୟାକ୍ସ ଫ୍ରି କରାଯାଇଛି । ଏପରିକି ଯୋଗୀଙ୍କ କ୍ୟାବିନେଟ୍ ଏହି ସିନେମାକୁ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତକାଲି ସଂଧ୍ୟାରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ ଓ ନାଗପୁରରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ସିନେମାକୁ ଦେଖିଛନ୍ତି । ଭୁରି ଭୁରି ପ୍ରଶଂସା କରିବା ସହ ଏହି କାହାଣୀ ପ୍ରତିଟି ଭାରତୀୟଙ୍କ ପାଖରେ ପହଞ୍ଚିବା ଜରୁରୀ ବୋଲି କହିଛନ୍ତି ଦେବେନ୍ଦ୍ର । ଅନ୍ୟପଟେ ପଶ୍ଚିମବଙ୍ଗରେ ବ୍ୟାନ ହୋଇଛି ‘କେରଳ ଷ୍ଟୋରୀ’ । ରିଲିଜର ତିନି ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ସିନେମା ଉପରେ କଟକଣା ଲଗାଇଛନ୍ତି ।

ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

ରାଜ୍ୟରେ ଶାନ୍ତି ଭଙ୍ଗ ହେବା ଆଶଙ୍କା କରି ମମତା ବାନାର୍ଜୀଙ୍କ ଅଫିସ୍ ଏହି ନିଷ୍ପତ୍ତି ନେଇଛି । କେରଳରେ ଯୁବତୀଙ୍କୁ ଇସଲାମରେ ଧର୍ମାନ୍ତୀକରଣ ଓ ଆତଙ୍କବାଦୀ ଗତିବିଧିରେ ସାମିଲ କରାଯିବାକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ।

ରିଲିଜ ହେବାର ବହୁ ପୂର୍ବରୁ ବିବାଦରେ ରହିଆସିଛି ଫିଲ୍ମ 'ଦି କେରଳ ଷ୍ଟୋରି' । କେରଳର କଳା କାହାଣୀକୁ ଏଥିରେ ଲୋକଲୋଚନକୁ ଅଣାଯାଇଥିବା କିଛି ଗୋଷ୍ଠୀ ଦାବି କରୁଥିବା ବେଳେ, ଖୋଦ୍ କେରଳ ସରକାର ଏହାକୁ ବ୍ୟାନ୍ କରିବାକୁ ଦାବି କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ଏହାକୁ ବିରୋଧ କରିବା ସହିତ ଏକ ମିଥ୍ୟା ପ୍ରଚାରମୂଳକ ଚଳଚ୍ଚିତ୍ର ବୋଲି କହିଥିଲେ ।

ତେବେ କେରଳ ହାଇକୋର୍ଟ ଏହାକୁ ବ୍ୟାନ୍ କରିବାକୁ ମନା କରିଦେଇଥିଲେ । ଫିଲ୍ମ ଆରମ୍ଭରୁ ଏହା କାଳ୍ପନିକ କାହାଣୀ ବୋଲି ଦର୍ଶାଯାଇଥିବାରୁ, ଏହା ଉପରେ ରୋକ ଲଗାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ’ ଟିମ୍‌କୁ ବିବେକ ଅଗ୍ନିହୋତ୍ରୀଙ୍କ ଚେତାବନୀ; କହିଲେ ଘୃଣାର ଶିକାର ହେବାକୁ ପଡ଼ିବ