• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଗତକାଲିର ଲଘୁଚାପ କ୍ଷେତ୍ର । ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଥିବା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଏହା ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା ରହିଛି । ଫଳରେ ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇ ପାରେ ।

ପରେ ବାଂଲାଦେଶ, ମିଆଁମାର ଆଡକୁ ମୁହାଁଇବାର ରହିଛି । ଆସନ୍ତା ୧୨ ତାରିଖରେ ବାତ୍ୟା ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁବ । ଏଥି ପାଇଁ ସମୁଦ୍ର ଅଶାନ୍ତ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।

ସେପଟେ ରାଜ୍ୟରେ ଉପର ମୁହାଁ ହେବାରେ ଲାଗିଛି ପାରଦ । ଗତକାଲି ସାରା ରାଜ୍ୟ ପ୍ରବଳ ତାତିରେ ଆଉଟୁପାଉଟୁ ହୋଇଥିବା ବଳେ ଆଜି ମଧ୍ୟ ପ୍ରବଳ ଗରମ ଓ ଗୁଳଗୁଳିରେ ସିଝୁଛନ୍ତି ଓଡ଼ିଶାବାସୀ । ସକାଳ ୮ଟା ନହେଉଣୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି ।

ଗତକାଲି ଅପରାହ୍ଣ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୧.୨ ଏବଂ ଝାରସୁଗୁଡ଼ାରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗକୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଦେଖି SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରି ଦିଆଯାଇଛି ।

  • Reported by:
  • ARACHANA SATPATHY