• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶରୀର ପାଇଁ ନିଦ୍ରା ହେଉଛି ଗୁରୁତ୍ୱପୂର୍ଣ୍ଣ । ଭଲ ନିଦ୍ରା ଟିକିଏ ହେବାକୁ ମଣିଷ ଅନେକ କିଛି କରିଥାଏ । ଯେପରି ସଠିକ୍‌ ସମୟରେ ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମ ପରି ଅନେକ ପନ୍ଥା ଆପଣାଇଥାଏ ମଣିଷ । ନିଜର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯଦି ନିଦ ଠିକ୍‌ ସେ ନହୁଏ ତେବେ ସ୍ୱାସ୍ଥ୍ୟରେ ଅନେକ ସମସ୍ୟା ଦେଖାଯାଇଥାଏ । ସଠିକ୍‌ ନିଦ ନହେବା ଯୋଗୁ ଜଣେ ମଣିଷ ଅନେକ ରୋଗରେ ପୀଡ଼ିତ ହୋଇଥାଏ ।

ଆଉ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଆଯାଇଥାଏ । ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ଓ ଖାଦ୍ୟରେ ସନ୍ତୁଳନ ରଖିବା ପରେ ଜଣେ ମଣିଷ ସୁସ୍ଥ ଜୀବନ ବିତାଇଥାଏ । ହେଲେ ଆପଣ ଜାଣନ୍ତି କି ? ଆମ ପୃଥିବୀରେ ଏମିତି ଜୀବ ରହିଛନ୍ତି ଯେଉଁମାନେ କେବେ ଶୁଅନ୍ତି ନାହିଁ । ଅର୍ଥାତ୍‌ ସେମାନଙ୍କୁ କେବେ ନିଦ ହୁଏ ନାହିଁ । ତଥାପି ସେମାନେ ଖବ୍‌ ଚଳଚଞ୍ଚଳ ରହିଥା’ନ୍ତି । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଜୀବ ବିଷୟରେ...

ଡଲଫିନ୍‌

ଡଲଫିନ୍‌ ହେଉଛି ସେହି ଜୀବମାନଙ୍କ ମଧ୍ୟରୁ ଅନ୍ୟତମ । ଯିଏକି ନିଦ୍ରା ଯାଏ ସତ ହେଲେ କେବେ ବି ସମ୍ପୂର୍ଣ୍ଣ ମାତ୍ରାରେ ଶୁଏନାହିଁ । ପାଣି ଭିତରେ ଡଲଫିନ୍‌ ବିଶ୍ରାମ ନେବା ସମୟରେ ସବୁବେଳେ ଗୋଟିଏ ଆଖିକୁ ତାର ଖୋଲା ରଖିଥାଏ ।

ଗ୍ରେଟ୍‌ ଫ୍ରୀଗେଟ୍‌ ପକ୍ଷୀ

ଏହି ପକ୍ଷୀକୁ ମାତ୍ର ଗୋଟିଏ ଘଣ୍ଟାର ନିଦ ପର୍ଯ୍ୟାପ୍ତ ହୋଇଥାଏ । କହିବାକୁ ଗଲେ ଏହି ଚଢ଼େଇଟି କେବଳ ଗୋଟିଏ ଘଣ୍ଟା ହିଁ ଶୋଇଥାଏ । ଗ୍ରେଟ୍‌ ଫ୍ରୀଗେଟ୍‌ ପକ୍ଷୀ ମଧ୍ୟ ଡଲଫିନ୍‌ ପରି ତାର ଗୋଟିଏ ଆଖିକୁ ବନ୍ଦ କରି ଶୋଇରହେ । ଅନ୍ୟ ଅଖିଟି ସବୁବେଳେ ଖୋଲା ରଖିଥାଏ ।

ଜେଲିଫିଶ

ଏହି ଜୀବକୁ ନିଦର ଆବଶ୍ୟକ ନଥାଏ । ଜେଲିଫିଶ କେବେ ବି ନିଦ୍ରା ଯାଏ ନାହିଁ ବୋଲି ଜଣାପଡ଼ିଛି । ସବୁବେଳେ ଏହି ଯିବ ନିଜର କାମରେ ଲାଗି ରହିଥାଏ ।

ବ୍ଲୁ-ଫ୍ରଗ୍‌ (ନୀଳବେଙ୍ଗ)

ବ୍ଲୁ-ଫ୍ରଗ୍‌ କେବେ ବି ଶୁଏନାହିଁ । ସବୁବେଳେ ସେ ନିଜର ଖାଦ୍ୟ ପ୍ରତି ସଜାଗ ରହିଥାଏ । ବିନା ନିଦ୍ରାରେ ବ୍ଲୁ-ଫ୍ରଗ୍‌ ସଦାସର୍ବଦା ଆକ୍ଟିଭ୍‌ ରହିଥାଏ ।