• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଲିଉଡ୍‌ ଅଭିନେତା ସଲମାନ ଖାନ ଙ୍କୁ ପୁଣି ହତ୍ୟା ଧମକ । ଧମକପୂର୍ଣ୍ଣ ଇମେଲ ପଠାଇଥିବା ଅଭିଯୋଗରେ ବ୍ରିଟେନରେ ଡାକ୍ତରୀ ଶିକ୍ଷା କରୁଥିବା ଜଣେ ଭାରତୀୟ ଛାତ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କାରିଛି ପୋଲିସ । ମୁମ୍ବାଇ ପୋଲିସ ଛାତ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର(LOC) ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗତ ମଙ୍ଗଳବାର ଦିନ ଅଧିକାରୀ ଜଣକ ଏନେଇ ସୂଚନା ଦେଇଥିବାବେଳେ ଛାତ୍ର ଜଣଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ଛାତ୍ର ଜଣକ ହରିୟାଣାର । ସେ ଡାକ୍ତରୀ ପାଠ୍ୟକ୍ରମର ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି । ସେ ଚଳିତ ବର୍ଷ ଶେଷସୁଦ୍ଧା ଭାରତ ଆସିବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ତାଙ୍କର ଏକାଡେମିକ୍ ଅଧିବେଶନ ବ୍ରିଟେନରେ ଶେଷ ହେବ ବୋଲି ଅଧିକାରୀ କହିଛନ୍ତି । କିଛି ଦିନ ପୂର୍ବେ ସଲମାନ ଖାନ ତାଙ୍କର ଏକ ଆଇଡିରେ ଇ-ମେଲ ପାଇଥିଲେ । ଯେଉଁଥିରେ ତାଙ୍କୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

ସେହିପରି ନିକଟରେ ଜଣେ ନାବାଳକ ମଧ୍ୟ ସଲମାନଙ୍କୁ ହତ୍ୟା କରିବାନେଇ ଧମକ ଦେଇଥିଲା । କଣ୍ଟ୍ରୋଲ ରୁମକୁ ଫୋନ୍ କରି ସଲମାନ ଖାନଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଥିଲା । ଧମକ ଦେବା ପରେ ମୁମ୍ବାଇ ପୋଲିସ ଜଣେ ନାବାଳକକୁ ଡାକି ପଚରାଉଚରା କରିଥିଲା ।

ଅନ୍ୟପଟେ ଗୁର୍‌ଜର ପ୍ରିନ୍ସ ନାମକ ଜଣେ ବ୍ୟକ୍ତି ସଲମାନଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇଥିଲେ । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ବୋଲି ସେ ନିଜକୁ ଦାବି କରିଥିଲେ । ଏପ୍ରିଲ ୧୯ ତାରିଖରେ ରାକ୍ଷୀ ସାୱନ୍ତଙ୍କ ପାଖକୁ ୨ଥର ଏଭଳି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା । ସଲମାନଙ୍କୁ ସମର୍ଥନ କରିବା ପୂର୍ବରୁ ରାକ୍ଷୀଙ୍କ ପାଖକୁ ଏଭଳି ଧମକ ଆସିଥିଲା । ଇ-ମେଲ୍‌ରେ ସ୍ପଷ୍ଟ ଭାବେ ପ୍ରିନ୍ସ ଉଲ୍ଲେଖ କରିଥିଲେ କି, ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କୁ ମୁମ୍ବାଇରେ ହତ୍ୟା କରାଯିବ ।

ଅଧିକ ପଢ଼ନ୍ତୁ: ଆମୀର ଖାନ୍‌ଙ୍କୁ ତାଙ୍କ ଲକୀ ବ୍ରେସ୍‌ଲେଟ୍ ଦେଇଦେଲେ ସଲମାନ!