/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683715352.jpg)
cat rescued
ସୋସିଆଲ ମିଡିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ । ଜୀବନ-ମରଣକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଯାହାକୁ ଦର୍ଶକମାନେ ଦେଖିବାମାତ୍ରେ ନିଜର ପ୍ରତିକ୍ରିୟା କମେଣ୍ଟ ବକ୍ସ ମାଧ୍ୟମରେ ରଖିଥାନ୍ତି ।
ଆଉ କିଛି ଭିଡିଓ ଦର୍ଶକମାନଙ୍କୁ ଚକିତ କରିଥାଏ । ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓଟିକୁ ଦେଖିବା ମାତ୍ରେ କିଛି ଦର୍ଶ ନିଜର ମତାମତ ରଖିଛନ୍ତି । ଭିଡିଓଟିରେ ଗୋଟିଏ ବିଲେଇର ଜୀବନ ରକ୍ଷା କରିବାକୁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ବିଲେଇଟି କିଛି ସମୟ ପାଇଁ ଉଦ୍ଧାରକାରୀ ଦଳକୁ ନାକେଦମ୍ କରିଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ବେଙ୍ଗାଲୁରୁର ହୋଇଥିବା ଜଣାପଡ଼ିଛି । ଭିଡିଓରେ ଗୋଟିଏ ବିଲେଇ ଏକ ମୋବାଇଲ୍ ଟାୱାର ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି । ଟାୱାରଟିର ବହୁ ଉଚ୍ଚରେ ବିଲେଇଟି ବସିରହିଛି । ଆଉ ଦୁଇଜଣ ବ୍ୟକ୍ତି ବିଲେଇଟିର ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।
କଳବଳ କୌଶଳରେ ମୋବାଇଲ୍ ଟାୱାରଟିର ଉପରକୁ ଚଢ଼ୁଛନ୍ତି ଦୁଇଜଣ ଯୁବକ ଏକ ଜାଲ ମାଧ୍ୟମରେ ବିଲେଟିକୁ ଉଦ୍ଧାର କରି ରଶି ସାହାଯ୍ୟରେ ତଳକୁ ଖସାଉଛନ୍ତି । ପରେ ପୋଷା ବିଲେଇଟିକୁ ନିଜ ଘରକୁ ସୁରକ୍ଷିତଭାବେ ନେଇ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓଟିକୁ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ବେଳେ ଅନେକ ୟୁଜର୍ସ ଏହାକୁ ପସନ୍ଦ କରିବା ସହ ଲାଇକ୍ ସେୟାର କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)