କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।
ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ ।
କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦାଙ୍କ ଶପଥପାଠ । ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ସ୍କୁଲ ଓ ଗଣଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ ।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।
କଳା ବିଜ୍ଞାନ ଓ ବାଣିଜ୍ୟ ବର୍ଗରେ ଅଧିକ ଇଛୁକ ହେଉଥିବାରୁ ଯୁକ୍ତ ଦୁଇ ଆଡମିଶନ ସମସ୍ୟା ଉପୁଜୁଛି । ସେଥିପାଇଁ ମାଟ୍ରିକ୍ ପଢୁଥିବା ସମୟରେ ପିଲା ଓ ଅଭିଭାବକଙ୍କୁ ରାଜ୍ୟରେ ଥିବା ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ପଢିବା ଲାଗି ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା ।
୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ ।
ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି ।
ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
ହଠାତ୍ ସାଙ୍ଗଙ୍କ ମେଳରେ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ କେକ୍ କାଟିବାର କିଛି ସମୟ ପୂର୍ବରୁ ସଚିନଙ୍କ ହୃଦଘାତ ହୋଇଥିଲା ।
ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି ।
କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍ ତିଆରି କରିବାକୁ ନେଇ ତାଙ୍କ ନାଁରେ ଚାଲାଣ କଟିଛି । କନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଦୁଇଜଣ ବନ୍ଧୁ ଏକା ସଙ୍ଗେ ସୋସିଓଲୋଜି ପଢ଼ୁଥିଲେ । ଉଭୟ ଗୋଟିଏ କଲେଜରେ ପଢ଼ୁଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କମଧ୍ୟରେ ବଚସା ହୋଇଥିଲା ପରେ ପରେ ସେହି କାରଣରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
ପାଣି ଟୋପେ ପାଇଁ ବିକଳ ୪ଗାଁର ଲୋକେ.. ପ୍ରତିଶ୍ରୁତି ପରେ ବି ହେଲାନି ସମାଧାନ
ଗ୍ରାମବାସୀଙ୍କ ଗୋଟେ କଥା ଶୁଣିଲେନି.. ମନଇଚ୍ଛା ନିମ୍ନମାନର କାମ କରିଦେଲେ.. ଏବେ ବେକାର ପଡ଼ିଛି ପ୍ରକଳ୍ପ
କୁହାଯାଏ, ଯିଏ ଥରେ କୋରାପୁଟ୍ ଆମ୍ବ ଖାଇଛି, ଜୀବନ ସାରା ଏହାର ସ୍ୱାଦକୁ ଭୁଲିପାରିବନି.. ତା’ହେଲେ କାହିଁକି ଆଜି କୋରାପୁଟ ଆମ୍ବର ଚାହିଦା ନାହିଁ ? କୋରାପୁଟ ବଜାରରେ ଆନ୍ଧ୍ର ଆମ୍ବ କାହିଁକି ରାଜ୍ କରୁଛି ?
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...