• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଟାପରାଙ୍ଗ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ ଡିଏସପି ଆହତ ହୋଇଛନ୍ତି । ଆହତ ଡିଏସପି ହେଲେ ଅତୁଲ ଦାଶ । ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ ।

ଏପଟେ ଚଳିତ ମାସ ମେ ୮ତାରିଖରୁ ୧୪ ତାରିଖ ଯାଏଁ ମାଓବାଦୀଙ୍କ ଜନ ଅଧିକାର ଅଭିଯାନ ରୂପେ ପାଳନ କରିବାକୁ ନେଇ ଜାରି କଲେ ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥ ରେ ଲାଗିଛି ମାଓବାଦୀଙ୍କ ପୋଷ୍ଟର ।

କଳାହାଣ୍ଡି କନ୍ଧମାଳ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ପ୍ରଭୃତି ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ୧୨ଦଫା ନେଇ ସିପିଆଇ ମାଓବାଦୀ ପକ୍ଷରୁ ପକ୍ଷରୁ ପୋଷ୍ଟର ଜାରି କରାଯାଇଛି । ଭବାନୀ ପାଟଣା ସହର ଉପକଣ୍ଠରେ ଏଭଳି ମାଓବାଦୀ ମାନେ ପୋଷ୍ଟର ଲଗାଇ ନିଜ ସ୍ଥିତି ଜାହିର ରଖିଛନ୍ତି ।