• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ସାମ୍‌ନାକୁ ଆସିଲା ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମର ଆଉ ଏକ ଭିଡିଓ । ବରଗଡ଼ରେ ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ୍‌ ମିଳିଛି । ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଗୁଡ୍ଡୁ ମୁସଲିମ୍ । ସିସିଟିଭି ଫୁଟେଜ୍‌ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଖାଲି ସେତିକି ନୁହେଁ, ପୂର୍ବରୁ ମଧ୍ୟ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା । ପରେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା କରାଯାଉଥିଲା । ଯାହାର ଖବର ଜଣାପଡ଼ିବା ପରେ ବରଗଡ଼ ଜିଲ୍ଲାରେ ୟୁପି STF ଟିମ୍‌ ତନାଘନା ଚଳାଇଥିବା ସୂଚନା ମିଳିଥିଲା ।

ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍‌ର ଲିଙ୍କ୍‌ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍‌ଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି । ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମଧ୍ୟ ରହିଛି । ତେବେ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ ହୋଇଛି। ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା OTVକୁ ପୂର୍ବରୁ ସ୍ପଷ୍ଟ କରିଛନ୍ତି ।

ଏସ୍‌ପି କହିଛନ୍ତି, ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପି STF ଟିମ୍ ବରଗଡ଼ ଆସିଥିଲେ । ୫ ଜଣିଆ ଟିମ୍ ଗତମାସ ୧୮ ତାରିଖରେ ବରଗଡ଼ ଆସିଥିଲେ । ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ । ୧୮ ଓ ୧୯ ଦୁଇ ଦିନ ରହିବା ପରେ ଏଠାରୁ ଫେରିଯାଇଥିଲେ । ବରଗଡ଼ ଆସିବା ପରେ STF ଟିମ୍‌ ଆମକୁ ଅବଗତ କରିଥିଲେ’।