/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683621243.jpg)
Delhi Family Hostage
ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଛି । କୋଟିଏ ୩୦ ଲକ୍ଷ ଟଙ୍କା ସହ ୨ କିଜିରୁ ଅଧିକ ସୁନା ଲୁଟିନେଇଛନ୍ତି ଲୁଟେରା । ଖାଲି ସେତିକି ନୁହେଁ, ପରିବାରର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଛନ୍ତି ଦୁର୍ବୃତ୍ତ । ଲୁଟ୍ କଥା ଯଦି ପରିବାର ଲୋକ ପୋଲିସକୁ ଜଣାନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଛି ।
ଏପରି ଏକ ସାଙ୍ଗାତିକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀରୁ । ୫ଜଣ ଡକାୟତ ଜଣେ ବ୍ୟବସାୟୀଙ୍କ ଘରେ ପଶିବା ସହ କୋଟିଏ ୩୦ ଲକ୍ଷ ଟଙ୍କା ଓ ୨ କିଜିରୁ ଅଧିକ ସୁନା ଲୁଟିନେଇଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ଏହି କାଣ୍ଡ ଘଟିଛି । ଲୁଟର ଶିକାର ହୋଇଥିବା ବ୍ୟବସାୟ ଜଣକ ଏହି ଆଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁସାରେ ଗତ ଶନିବାର ଦିନ ଏପରି ଘଟଣା ଘଟିଛି । ଡକାୟତମାନେ ଘରର ଝରକା ଗ୍ରୀଲ କାଟିବା ପରେ ଘର ଭିତରକୁ ପଶିଆସିଥିବା ପୋଲିସ କହିଛି । ସେମାନେ ଶିଶୁଙ୍କ ସମେତ ପରିବାର ସଦସ୍ୟଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିଥିଲେ । ପରେ ଏକ କୋଠରୀ ଭିତରେ ସମସ୍ତଙ୍କୁ ବନ୍ଦ କରିଦେଥିଲେ ।
ପରିବାରର ସଦସ୍ୟଙ୍କୁ ସୁନା ଓ ଟଙ୍କା କେଉଁଠାରେ ରହିଛି ବୋଲି ଡକାୟତମାନେ ପଚାରିବା ସହ ଲୁଟ୍ କରିଥିଲେ । ଲୁଟ୍ କରିବା ସମୟରେ ୩ଜଣ ଲୁଟେରା ଘରର ସଦସ୍ୟମାନଙ୍କୁ ଭୟଭୀତ କରାଇ ଜଗି ରହିଥିଲେ । ଅନ୍ୟ ଦୁଇଜଣ ଲୁଟେରା ଘରର ସମସ୍ତ ସ୍ଥାନ ଯାଞ୍ଚ କରିବା ସହିତ ଲୁଟ୍ କରିଥିଲେ ।
ଡକାୟତମାନେ ଯିବା ପୂର୍ବରୁ ପରିବାର ଲୋକଙ୍କୁ ଧମକ ମଧ୍ୟ ଦେଇଥିଲେ । ଲୁଟେରା ମାନେ ଧମକ ଦେଇ କହିଥିଲେ ଯେ, ଯଦି ସେମାନେ ପୋଲିସକୁ ଖବର ଦିଅନ୍ତି ତେବେ ସେମାନେ ଭୟଙ୍କର ପରିଣାମ ଭୋଗିବେ । ହେଲେ ଏନଇ ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରୁଛି । ସିସିଟିଭି ଯାଞ୍ଚ କରିବା ସହିତ ଡକାୟତଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବାରେ ଲାଗିପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)