• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ ମସଲାକୁ ପୁଣିଥରେ ଝଟକା । ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ୍ MDH ଓ ଏଭେରେଷ୍ଟ ମସଲାରର ବିକ୍ରିକୁ ହଂକଂ ନିଷେଧ କରିଛି । ଏହି ଭାରତୀୟ ମସଲାରେ କର୍କିନୋଜେନିକ୍, ଇଥିଲିନ ଅକ୍ସାଇଡ ପରି କୀଟନାଶକର ଚିହ୍ନଟ ପରେ ହଂକଂ ଏହାକୁ ବ୍ୟାନ କରିଛି । ଗତ ସପ୍ତାହରେ ସିଙ୍ଗାପୁର ମଧ୍ୟ ଏଭେରେଷ୍ଟ ବିରୋଧରେ ସମାନ ପଦକ୍ଷେପ ନେଇଥିଲା ।

ଉଭୟ ମସଲା ଦ୍ୱୟରେ ଆବଶ୍ୟକତାଠାରୁ ଅଧିକ ଇଥିଲିନ ଅକ୍ସାଇଡ ରହିଥିବା ଜଣାପଡ଼ିଛି । ହଂକଂର ଖାଦ୍ୟ ନିରାପତ୍ତା ବିଭାଗ ଗତ ଏପ୍ରିଲ 5ରେ ଏକ ରିପୋର୍ଟ ଦେଇଥିଲା । ଉକ୍ତ ରିପୋର୍ଟରେ ଲେଖାଯାଇଥିଲା ଯେ, MDHର ମାଡ୍ରାସ କରୀ ପାଉଡର, ସମ୍ୱର ମସଲା ପାଉଡର ଓ କରୀ ପାଉଡରରୋ ଇଥିଲିନ ଅକ୍ସାଇଡର ଉପସ୍ଥିତି ପ୍ରମାଣିତ ହୋଇଛି ।

ସଂଗୃହିତ ନମୁନାରୁ କୀଟନାଶକ, ଇଥିଲିନ୍ ଅକ୍ସାଇଡ୍ ଥିବା ଜଣାପଡ଼ିଛି । ଏନେଇ ଖାଦ୍ୟ ନିରାପତ୍ତା ବିଭାଗ ସୂଚନା ଦେଇଛି । ଏହା ସହ ଏହି ଦ୍ୱୟ ଭାରତୀୟ ମସଲା ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏଥିସହ, ଏଭେରେଷ୍ଟ ଗ୍ରୁପ୍‌ର ଫିସ୍ କରୀ ମସଲାରେ ମଧ୍ୟ କୀଟନାଶକ ଥିବା ପ୍ରମାଣ ମିଳିଛି । ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଦ୍ୱାରା ଇଥାଇଲନ୍ ଅକ୍ସାଇଡ୍ ଗ୍ରୁପ୍-୧ କାର୍ସିନୋଜେନ ଭାବେ ବର୍ଗୀକୃତ ହୋଇଛି । ଏହା ସ୍ତନ କର୍କଟ ରୋଗର ଆଶଙ୍କା ବଢ଼ାଇqk ସହ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ ।

CFS ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତି ଉପରେ ଉଭୟ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ନିୟମିତ ଅନୁସନ୍ଧାନର ଏକ ଅଂଶ ଭାବରେ, CFS ହଂକଂର ତିନୋଟି ଆଉଟଲେଟରୁ ଏହି ମସଲାର ଉତ୍ପାଦ ନେଇଥିଲା । ପରୀକ୍ଷା ପରେ ଜଣାପଡ଼ିଛି ଯେ, ଏହି ମସଲାରେ କୀଟନାଶକ ଓ ଇଥିଲିନ୍ ଅକ୍ସାଇଡ୍‌ ରହିଛି ବୋଲି କହିଛନ୍ତି ସିଏଫ୍‌ଏସ୍‌ ମୁଖପାତ୍ର ।

ତେବେ CFS ବିକ୍ରେତାମାନଙ୍କୁ ଏହି ମସଲା ବିକ୍ରୟ ବନ୍ଦ କରିବା ଏବଂ ଉତ୍ପାଦଗୁଡିକ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦେଇ ସାରିଛି । ସିଏଫଏସ ଆହୁରି କହିଛି ଯେ ଏହି ଘଟଣାରେ ତଦନ୍ତ ଜାରି ରହିଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ସେହିପରି ସିଙ୍ଗାପୁର ଫୁଡ୍ ଏଜେନ୍ସି (SFA) ମଧ୍ୟ ଇଥିଲିନ୍ ଅକ୍ସାଇଡ୍‌ର ମାତ୍ରା ‘ନିର୍ଦ୍ଧାରିତଠାରୁ ଅଧିକ’ ଥିବାରୁ ଏଭରେଷ୍ଟ୍‌ ଫିସ୍ କରୀ ମସଲାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । SFA କହିଛି, ଯଦିଓ ‘ଇଥିଲିନ୍ ଅକ୍ସାଇଡ୍‌ର ମାତ୍ରା କମ୍‌ ଥିବା ଖାଦ୍ୟ ଖାଇବା ଦ୍ୱାରା ତୁରନ୍ତ ବିପଦ ନାହିଁ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଲେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଯେଉଁମାନେ ଏହି ମସଲା କିଣିଛନ୍ତି, ସେମାନେ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି SFA । ଯେଉଁମାନେ ବ୍ୟବହାର ପରେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍। ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସି ଅନୁଯାୟୀ, ‘ଏଥିଲୀନ ଅକ୍ସାଇଡ୍‌ ମଣିଷ ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ’ ।

ଏପରି ଖବର ପ୍ରକାଶ ପାଇବା ପରେ ଉଭୟ ହଂକଂ ଏବଂ ସିଙ୍ଗାପୁର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ । ୨୦୨୩ ମସିହାରେ, ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଦ୍ୱାରା ଏଭେରେଷ୍ଟ ଫୁଡରେ ସଲମାନେଲା ମିଳିବା ଫଳରେ ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା ।