ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।
୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ...
ଏବେ ଯାଏଁ ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି ।
ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ ।
ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା...
ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।
ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍ କରିଛି ପୋଲିସ ।
୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।
ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ୪୨ ବର୍ଷୀୟ ରାହୁଲ ତିୱାରୀ, ୩୮ ବର୍ଷୀୟ ପତ୍ନୀ ପ୍ରିତି ଓ ତିନି ଝିଅ ମାହି- ପିହୁ ଓ ପୋହୁ ସହ ଖଗଲପୁରରେ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଏମାନେ କୌଂଶବିର ମୂଳ ବାସିନ୍ଦା ।
ଜବାବରେ ୧୭୬ ରନ୍ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୩ ୱିବିକେଟ୍ ହରାଇ ହାସଲ କରିନେଇଥିଲା । ରାହୁଲ ତ୍ରିପାଠୀ ୩୭ ବଲ୍ରୁ ୭୧ ରନ୍ କରିଥିଲେ, ମାର୍କରାମ ଅପରାଜିତ ୬୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।
ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି ।
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି ।
ପିଠିରେ ଲାଗିଥିବା କଣ୍ଟାରେ ରଶି ଲଗାଇ ଭକ୍ତଙ୍କ ଆଡକୁ ମୁହଁ କରି ଘୁରିଥାନ୍ତି ଏହି ମାନସିକଧାରୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲି ଆସୁଛି ।
ବୁଲିବାକୁ ନଛାଡ଼ିବାରୁ ନିରାଶ ହୋଇ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଲେ ଯୁବତୀ । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା ।
ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।
କିଛି ଜଣଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଜଣଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି ।
ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।