Advertisment

ଆଇପିଏଲ୍‌ରେ ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ, KKR ଧରାଶାୟୀ

ଜବାବରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୩ ୱିବିକେଟ୍ ହରାଇ ହାସଲ କରିନେଇଥିଲା । ରାହୁଲ ତ୍ରିପାଠୀ ୩୭ ବଲ୍‌ରୁ ୭୧ ରନ୍ କରିଥିଲେ, ମାର୍କରାମ ଅପରାଜିତ ୬୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।

author-image
Satyendu Shekher Mishra
IPL SRH

IPL SRH

ଆଇପିଏଲ୍‌ରେ ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ । କେକେଆରକୁ ୭ ୱିକେଟ୍‌ରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ନିତିଶ ରାଣା ୫୪ ଓ ଆନ୍ଦ୍ରେ ରସେଲ୍ ଅପରାଜିତ ୪୯ ରନ୍ କରିଥିଲେ ।

Advertisment

ଜବାବରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୩ ୱିବିକେଟ୍ ହରାଇ ହାସଲ କରିନେଇଥିଲା । ରାହୁଲ ତ୍ରିପାଠୀ ୩୭ ବଲ୍‌ରୁ ୭୧ ରନ୍ କରିଥିଲେ, ମାର୍କରାମ ଅପରାଜିତ ୬୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଆନ୍ୟପଟେ ଆଜି ୨ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଦ୍ୱିତୀୟ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ବାଙ୍ଗାଲୋର ।

ତେବେ ଗତକାଲି ମ୍ୟାଚ୍‌ରେ ୧୭୬ ରନର ଟାର୍ଗେଟ ପାଇଥିବା ହାଇଦ୍ରାବାଦ ଆରମ୍ଭରୁ ଅଭିଷେକ ଶର୍ମା(୩) ଓ ଏହାପରେ ଅଧିନାୟକ କେନ ୱିଲିୟମସନ(୧୭)ଙ୍କୁ ହରାଇଥିଲା । ତେବେ ୩ନଂରେ ଆସିଥିବା ରାହୁଲ ତ୍ରିପାଠୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ତାଙ୍କୁ ମାର୍କମ ଭରପୂର ସହଯୋଗ କରିଥିଲେ। ଉଭୟ କୋଲକାତା ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ବିଶେଷ କରି ରାହୁଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ୍‌ ଦେଖିବାକୁ ମିଳିଥିଲା। ରାହୁଲ ଓ ମାର୍କମ ଯୋଡ଼ି ୩ୟ ୱିକେଟ ପାଇଁ ୯୪ ରନ୍ ଯୋଡ଼ି କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।

Advertisment

ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୧୩୩ ଥିବା ବେଳେ ରାହୁଲ ବଡ଼ ଶଟ ଖେଳିବାକୁ ଯାଇ ଆନ୍ଦ୍ରେ ରସେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ସେ ୩୭ ବଲରେ ବିସ୍ଫୋରକ ୭୧ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଚୌକା ଓ ୬ଟି ଛକା ମାରିଛନ୍ତି।

ରାହୁଲ ଆଉଟ ହେବା ପରେ ମାର୍କମ ସ୍ଥିତି ସମ୍ଭାଳିଥିଲେ। ସେ ମଧ୍ୟ ବଡ଼ବଡ଼ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ପ୍ୟାଟ କମିନ୍ସଙ୍କୁ ଲଗାତର ୨ଟି ଛକା ମାରି ୧୩ ବଲ୍ ପୂର୍ବରୁ ହାଇଦ୍ରାବାଦକୁ ବିଜୟ ଭେଟି ଦେଇଥିଲେ। ତାଙ୍କ ସହ ଶେଷ ଯାଏ ନିକୋଲସ ପୂରନ ୮ ବଲରେ ୫ ରନ୍‌ କରି ଅପରାଜିତ ରହିଥିଲେ। ମାର୍କମ ତାଙ୍କ ୬୮ ରନର ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଛନ୍ତି। ହାଇଦ୍ରାବାଦ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାହୁଲ ତ୍ରିପାଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। କୋଲକାତା ପକ୍ଷରୁ ରସେଲ ୨ଟି ୱିକେଟ ନେଇଥିବା ବେଳେ କମିନ୍ସଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

IPL IPL 2022 SRH KKR
Advertisment
Advertisment