Advertisment

ଆକାଶରେ ଦେଖିବାକୁ ମିଳିବ ପିଙ୍କ୍‌ ମୁନ

ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pink Moon

Pink Moon

ଆଜି ଆକାଶରେ ଦେଖିବାକୁ ମିଳିବ ପିଙ୍କ ମୁନ । ପିଙ୍କ ମୁନର ଅର୍ଥ ଗୋଲାପୀ ଜହ୍ନ ନୁହେଁ ବରଂ ଏହା କେବଳ ଏକ ନାମକରଣ । ପିଙ୍କ ମୁନ୍‌ର ସତ୍ୟତା, ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ପିଙ୍କ ମୁନ୍ ନାମକରଣ ଉତ୍ତର ଆମେରିକାରେ ହୋଇଥିଲା । ଯେଉଁଭଳି ଓଡ଼ିଶାରେ କୁମାର ପୂର୍ଣ୍ଣମୀ, ଚୈତ୍ର ପୂର୍ଣ୍ଣମୀ । ସେଭଳି ଆମେରିକୀୟ ଭାଷାରେ ଆଜିର ଜହ୍ନକୁ ପିଙ୍କ ମୁନ୍ କୁହାଯାଏ । ଏହି ସମୟରେ ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।

Advertisment

ସେହିଭଳି ବେଳେବେଳେ ଆକାଶରେ ସୁପର ମୁନ୍‌ ମଧ୍ୟ ଦେଖାଯାଏ । ସୁପର୍‌ ମୁନ୍‌କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍‌’ ମଧ୍ୟ କୁହାଯାଉଛି । ଏମିତିକି ମହାକାଶରେ ବେଳେବେଳେ ଦେଖିବାକୁ ମିଳେ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଚନ୍ଦ୍ର, ପୃଥିବୀର ଏତେ ନିକଟତର ହୋଇଥାଏ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିଥାଏ । ଏହା ଅଧିକ ଉଜ୍ୱଳ ଦେଖାଯାଏ । ତେଣୁ ଏହାକୁ ସୁପର ସ୍ନୋ ମୁନ୍‌ କୁହାଯାଏ ।

ଏହାସହ ଆକାଶରେ ଷ୍ଟ୍ରବେରୀ ମୁନ୍‌ ମଧ୍ୟ ଦେଖାଯାଏ । ‘ଷ୍ଟ୍ରବେରି ମୁନ୍’ର ଅର୍ଥ ଏହା ନୁହେଁ ଯେ ଏହା ଷ୍ଟ୍ରବେରି ଭଳି ଦେଖାଯିବ କି ଏହା ରଙ୍ଗ ଗୋଲାପୀ । ପାରମ୍ପରିକ ଭାବେ, ଉତ୍ତର ଆମେରିକା ଏବଂ ୟୁରୋପରେ ଫୁଲ୍‌ ମୁନ୍‌ର ନାଁ ସେଠାକାର ସ୍ଥାନୀୟ ସଂସ୍କୃତି ଏବଂ ରୀତିନୀତି ଅନୁସାରେ ଦିଆଯାଇଥାଏ । 

Advertisment

ଆମେରିକାର ପ୍ରାଚୀନ ଜନଜାତିର ଲୋକ ଏହି ପୂର୍ଣିମା ଠାରୁ ଷ୍ଟ୍ରବେରି ଅମଳ କରୁଥିଲେ । ସେବେଠାରୁ ଏହାର ନାଁ ‘ଷ୍ଟ୍ରବେରି ମୁନ୍’ ରଖାଯାଇଛି । ଜୁନ୍‌ର ଏହି ମୁନ୍‌ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାଁ ଦିଆଯାଇଛି। ୟୁରୋପରେ ଏହାର ନାଁ ରୋଜ୍‌ ମୁନ୍‌ ରଖାଯାଇଛି । କାରଣ ଏହି ସମୟରେ ସେଠାରେ ଗୋଲାପ ଚାଷ ହୋଇଥାଏ । ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଅନୁଭୂତ ହେଉଥିବାରୁ ଏହାର ନାଁ ହଟ୍ ମୁନ୍ ରଖାଯାଇଛି। ଏହା ବସନ୍ତ ଋତୁର ଶେଷ ଫୁଲ୍‌ ମୁନ୍‌ ହୋଇଥିବା ବେଳେ ଗ୍ରୀଷ୍ମ ଋତୁର ପ୍ରଥମ ଫୁଲ୍‌ ମୁନ୍‌।

Strawberry Moon Full Moon Pink Moon
Advertisment
Advertisment