ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି ।
ଜଗନ୍ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।
ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।
ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।
ଚୈତ୍ର୍ୟ ମାସରେ ଆରମ୍ଭ ହେଉଥିବା ଏହି ଯାତ୍ରା କେଉଁଠି ୨୧ ଦିନ ତ କେଉଁଠି ୧୩ ଦିନ ଯାଏଁ ପାଳନ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହେବ ।
ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।
ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।
ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।
ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି ।
ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।
କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି ।
ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ
ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା ।
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍ସିଡି ବ୍ୟବସ୍ଥା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।