କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ ।
ନୂଆ କ୍ଲାସ୍ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି ।
ଫ୍ୟାନ୍ସ ଏବଂ ସେଲିବ୍ରିଟି ରଣବୀର-ଆଲିଆଙ୍କୁ ଏକ ନୂତନ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
ପୂର୍ବରୁ ସେମାନଙ୍କର ରିସେପ୍ସନ୍ ଭୋଜିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କୁହାଯାଉଥିଲା କି ଉଭୟ ଦୁଇଟି ରିସେପ୍ସନ୍ ପାର୍ଟିର ଆୟୋଜନ କରିବେ ।
ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।
ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।
ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।
ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି ।
ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।
ମଂଚରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ ।
ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ଗୋଟିଏ ଭାଲୁ ଗାଁ ଲୋକଙ୍କ ଭୟରେ ଗଛରେ ଚଢ଼ି ଲୁଚି ରହିଥିବା ବେଳେ ଗାଁ ଲୋକ ମଧ୍ୟ ଭାଲୁକୁ ଦେଖି ଆତଙ୍କରେ ଅଛନ୍ତି । ପୁରା ଗାଁରେ ରହିଛି ଭୟର ବାତାବାରଣ ଭିତରେ ।
କୋରାପୁଟ ସବ ଜେଲ୍କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା ।
ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ ।
ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।
UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍ । ଉଭୟ କୋର୍ସ ଫିଜିକାଲ ମୋଡ୍ରେ କରିପାରିବେ ଛାତ୍ରଛାତ୍ରୀ ।
ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ।
ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।