Advertisment

IPL ଇତିହାସରେ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ ।

author-image
Satyendu Shekher Mishra
Mumbai Indians

Mumbai Indians

ସରୁନି ମୁମ୍ବାଇର ପରାଜୟ ପାଳି । ଲଗାତାର ପରାଜୟ ବରଣ କରି ଚାଲିଛି ଆଇପିଏଲର ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ । ଶନିବାର ଲଗାତର ୬ ଥର ପାଇଁ ପରାଜୟ ବରଣ କଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ଷଷ୍ଠ ପରାଜୟ।

Advertisment

ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ । ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟୀ ହୋଇଛି ।

ଏଥିସହ କ୍ୟାପଟେନ୍ କେଏଲ୍ ରାହୁଲଙ୍କ ଟିମ୍, ପଏଣ୍ଟ ତାଲିକାର ପୁଣି ଉପରକୁ ଚଢ଼ିଛି । ରାହୁଲଙ୍କ ଶତକ ତାଙ୍କ ଦଳକୁ ବିଜୟୀ କରିଛି । ଏହି ଦମଦାର ଶତକରେ ୯ ଚୌକା ଓ ୫ ଛକା ଥିଲା। ମାତ୍ର ୬୦ ବଲ୍ ଖେଳି ସେ ଅପରାଜିତ ୧୦୩ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୪ ଉଇକେଟ ହରାଇ ୧୯୯ ରନ୍ କରିଥିଲା।

Advertisment

ବିଜୟ ଲକ୍ଷ୍ୟ ୨୦୦ ରନର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରମୁଖ ଦୁଇ ବ୍ୟାଟ୍ସ ମ୍ୟାନଙ୍କୁ ଶୀଘ୍ର ହରାଇ ଥିଲା। କିରନ୍ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ଟିମ ପରାଜୟରୁ ମୁକାଳି ପାରି ନଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ଅଭେସ କିଶାନ ୩୦ ରନ୍ ଦେଇ ୩ ଉଇକେଟ୍ ନେଇଥିଲା।

Cricket Mumbai Indians IPL
Advertisment
Advertisment