ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବା ବନ୍ଦ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।
ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି ।
ଟିମ୍ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି ।
କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ ।
ବ୍ୟାନ୍ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ ।
ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।
ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି ।
ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
‘ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରତ୍ୟାହାର ନକଲେ ଓଡ଼ିଶା ୨ ଭାଗ ହୋଇଯିବ’...ଖୋଲାଖୋଲି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର
ଅଞ୍ଜଳିଙ୍କ ଜୀବନରେ କେହି ଯେମିତି ଭରିଦେଇଛି ଆଞ୍ଜୁଳା ଆଞ୍ଜୁଳା ଦୁଃଖ । ସ୍ୱାମୀଙ୍କ ଦେହାନ୍ତ ପରେ ଦିବ୍ୟାଙ୍ଗ ପୁଅକୁ ନେଇ କଷ୍ଟରେ ଚଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଅଞ୍ଜଳି ।
ଜହ୍ନି ଓଷା ପାଳନ କଲେ ଭଲ ବର ଓ ଭଲ ଘର ମିଳିଥାଏ। ଏଭଳି ବିଶ୍ୱାସ ରହିଥିବାରୁ କୁଆଁରୀ କନ୍ୟାମାନେ ଜହ୍ନି ଓଷା ବ୍ରତ କରିଥାନ୍ତି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଝିଅମାନେ ଏହି ବ୍ରତକୁ ଅତି ଧୁମଧାମରେ ପାଳନ କରିଥାନ୍ତି।
ଆଜି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି । ଅପରାହ୍ନ ୪ଟା ୦୫ ରୁ ହାଣ୍ଡିଛାଡ଼ ଥିବା ବେଳେ ରାତି ୨ଟା ୨୩...
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର- ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର- ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ...
କେଉଁ କାରିଗର ରଙ୍ଗ ଦେବାରେ ଲାଗି ପଡ଼ିଛନ୍ତି ତ ପୁଣି କେଉଁ କାରିଗର ମା’ଙ୍କ ମେଢ ସଜାଇବାରେ ବ୍ୟସ୍ତ । କିଏ ଉଚ୍ଚ ତୋରଣ କରିବାରେ ବ୍ୟସ୍ତ ତ ଆଉ କିଏ ପାର୍ଶ୍ୱ ଦେବାଦେବୀଙ୍କୁ ଚିତ୍ର କରିବାରେ ବ୍ୟସ୍ତ ।
ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍ ଖେଳିବା । ଟିକିଏ ଫୁରସତ୍ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି ।
ପାଣ୍ଡିଆନ ପୁରା ସିଷ୍ଟମ୍କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି ।