Advertisment

‘ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଓ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି’

ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MP Aparajita Sarangi Targets VK Pandian VRS and subsequent appointment in cabinet minister rank

MP Aparajita Sarangi Targets VK Pandian VRS and subsequent appointment in cabinet minister rank

ରାଜନୀତିରେ ସଫ୍ଟ ଲ୍ୟାଣ୍ଡିଂ କରିଛନ୍ତି ଭି.କେ. ପାଣ୍ଡିଆନ । ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ୍‌ ଭି.କେ. ପାଣ୍ଡିଆନଙ୍କ ଭିଆରଏସ୍‌ ପ୍ରସଙ୍ଗରେ ମୁହଁ ଖୋଲି ଏଭଳି କିଛି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । 

Advertisment

ସାଂସଦ ଅପରାଜିତା କହିଛନ୍ତି, ଏବେ ଓଡ଼ିଶାବାସୀ ଏହି VRSକୁ ଠିକ୍ ବୁଝିବେ । ସେପଟେ ଏଭଳି ସ୍ଥିତିରେ ବିଜେଡି କର୍ମୀଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁଛି । ମୁଖ୍ୟମନ୍ତ୍ରୀ ବିଜେଡି କର୍ମୀଙ୍କ ଅବସ୍ଥା ବୁଝି ପାରିଲେନି । ତେବେ ରାଜ୍ୟବାସୀ ଏ ସ୍ଥିତିକୁ ଠିକ୍ ବୁଝିଛନ୍ତି । ପାଣ୍ଡିଆନ ପୁରା ସିଷ୍ଟମ୍‌କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ଅପରାଜିତା ବର୍ଷିଛନ୍ତି ।

ସେପଟେ ପାଣ୍ଡିଆନଙ୍କୁ ଭେଟିବାକୁ ନବୀନ ନିବାସରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ ବହୁ ଲୋକ । ସଚିବାଳୟର ବହୁ ସରକାରୀ କର୍ମଚାରୀ, ବିଭିନ୍ନ ସଂଗଠନ ନବୀନ ନିବାସକୁ ଯାଇ ତାଙ୍କୁ ଭେଟିଥିଲେ । VRS ନେବା ପରେ ଗତ ଦୁଇ ଦିନ ପୂର୍ବେ ପାଣ୍ଡିଆନଙ୍କୁ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି ।

Advertisment

ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ବାସଭବନରେ ପାଣ୍ଡିଆନଙ୍କୁ ଭେଟିବାକୁ କାହିଁକି ଏତେ ଭିଡ଼ ଜମିଲା ? ମୁଖ୍ୟମନ୍ତ୍ରୀଙ୍କ ଆବାସ କ’ଣ ପାଣ୍ଡିଆନଙ୍କ ଅଫିସ୍ ଭାବେ କାର୍ଯ୍ୟ କରୁଛି କି ? ଏବେ ଏମିତି କିଛି ପ୍ରଶ୍ନ ସୃଷ୍ଟି ହୋଇଛି ।

VK Pandian
Advertisment
Advertisment