• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗାଜାରେ ଯୁଦ୍ଧ ବନ୍ଦ କରିବା ପାଇଁ ୟୁରୋପ, ଆମେରିକାରେ ଆନ୍ଦୋଳନ । ହଜାର ହଜାର ଲୋକ ପାଲେଷ୍ଟାଇନ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି । ଗାଜା ଉପରେ ଇସ୍ରାଏଲ ତୁରନ୍ତ ଆକ୍ରମଣ କରିବା ବନ୍ଦ କରୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ସେମାନେ କହିଛନ୍ତି, ଇସ୍ରାଏଲର ଆକ୍ରମଣରେ ହଜାର ହଜାର ନୀରିହ ଲୋକଙ୍କ ଜୀବନ ଗଲାଣି । ଲକ୍ଷାଧିକ ବାସହରା ହେଲେଣି । 

ଏପରିକି ବିଦ୍ୟୁତ୍‌, ପାଣି ଭଳି ମୌଳିକ ସେବା ମଧ୍ୟ ମିଳୁନି । ତେଣୁ ସାଧାରଣ ଲୋକଙ୍କ ଉପରେ ହେଉଥିବା ଏହି ଅତ୍ୟାଚାରକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି। ସେପଟେ ଗାଜା ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ ଜାରି ରହିଛି ।

ଏହାରି ଭିତରେ ଇସ୍ରାଏଲକୁ ହମାସ ଏକ ପ୍ରସ୍ତାବ ଦେଇଛି । ବନ୍ଧକ ରଖାଯାଇଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ପାଲେଷ୍ଟାଇନର ଲୋକଙ୍କୁ ଇସ୍ରାଏଲ ଛାଡ଼ି ଦେଉ ବୋଲି ହମାସ ଦାବି କରିଛି ।  

ଅନ୍ୟପକ୍ଷେ, ଇସ୍ରାଏଲ-ହମାସ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୯ ହଜାର ଟପିଛି । ଗାଜାରେ ୭୭୦୩ ଓ ଇସ୍ରାଏଲରେ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଛି । ଗାଜାରେ ୧୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କହିଛନ୍ତି ।  ହମାସକୁ ମୂଳପୋଛ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।