• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କେରଳରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି । କାଲାମାସେରି ସ୍ଥିତ କନଭେନସନ ସେଣ୍ଟରରେ ପ୍ରାର୍ଥନା ସଭା ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

ଆଜି ସକାଳ ୯ଟାରୁ ୧୦ଟା ଯାଏ ଘଣ୍ଟାଏ ମଧ୍ୟରେ ଏକାଧିକ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ଅନ୍ୟପକ୍ଷେ, NIA ଟିମ୍‌ ତଦନ୍ତ ପାଇଁ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।

ସୂଚନାଥାଉ କି, ପ୍ରାର୍ଥନା ସଭାରେ ୨ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ତେବେ ଏହି ସମୟରେ ଏକାଧିକ ବିସ୍ଫୋରଣ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ DGPଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପଠାଇଛନ୍ତି ।