/odishatv-khabar/media/post_attachments/uploadimage/library/16_9/16_9_0/s_1698396819.jpg)
Koraput Khalashi association to organize International Gold Cup football
ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍ ଖେଳିବା । ଦିନ ତମାମ ନିଜର ପେସାରେ ବ୍ୟସ୍ତ ରହି ପରିବାର ପ୍ରତିପୋଷଣ କରନ୍ତି । ଏହାରି ଭିତରେ ରହିଛି ଫୁଟବଲ୍ ଖେଳିବାର ନିଶା । ଟିକିଏ ଫୁରସତ୍ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି ।
କୈଳାଶ ହରିଜନ, ଘର କୋରାପୁଟ ଜିଲ୍ଲା ପୁରୁଣା ବୋରିଗୁମ୍ମାରେ । ଦିନ ସାରା ମୁଲ ଲାଗି କିମ୍ବା ଖଲାସି ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି । ଏପରିକି ଦିନେ କାମକୁ ନ ଗଲେ ଦିନକର ରୋଜଗାର ବନ୍ଦ । ଆଉ ତାରି ଭିତରେ ନିଶା, ଫୁଟବଲ୍ ଖେଳିବା । ସେଇ ପୁରୁଣା ବୋରିଗୁମ୍ମାର ସନିଆ ହରିଜନ ମଧ୍ୟ ଖଲାସି। ସେ ବି ମୂଲ ମଜୁରି କରି ପରିବାର ଚଳାନ୍ତି। କେବଳ କୈଳାଶ ଓ ସନିଆ ନୁହନ୍ତି, ତାଙ୍କ ଭଳି ଅନେକ ଖଲାସି ଏବେ ଅଣ୍ଟା ଭିଡ଼ିଛନ୍ତି ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ।
ଦୀର୍ଘ ୧୨ ବର୍ଷ ଧରି ବୋରିଗୁମ୍ମାର ଖଲାସି ମାନେ ରାଜ୍ୟ ତଥା ରାଜ୍ୟ ବାହାରର ଟିମ୍କୁ ଡାକି ମ୍ୟାଚ୍ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ ବିଦେଶୀ ଟିମ୍ । ଏବର୍ଷ ନାଇଜେରିଆ ଓ ନେପାଳ ଟିମ୍ ଖେଳିବେ । ତା’ସହ ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଟିମ୍ ସାମିଲ ହେବେ ।
ସବୁଠୁ ବଡ଼ କଥା ହେଲା, ବୋରିଗୁମ୍ମାର ଏହି ଖଲାସିମାନେ ଦିନ ବେଳା ମୁଲ ମଜୁରୀ ଲାଗୁଥିବା ବେଳେ ସେଥିରୁ ଅର୍ଜିତ ଟଙ୍କାରେ ଫୁଟବଲ୍ ମ୍ୟାଚ୍ ଆୟୋଜନ କରୁଛନ୍ତି । ସେପଟେ ଦିନ ମଜୁରିଆ ବା ଖଲାସି ମାନଙ୍କ ଏପରି ଆୟୋଜନକୁ ନେଇ ଏବେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)