/odishatv-khabar/media/post_attachments/uploadimage/library/16_9/16_9_0/s_1698558832.jpg)
CCTV captures a man beats his mother mercilessly
କୁଳାଙ୍ଗାର ପୁଅର ଲଜ୍ଜାଜନକ କାରନାମା । ନିଜ ୭୩ ବର୍ଷୀୟ ବୃଦ୍ଧା ମା’ଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦେଉଥିଲା ପୁଅ । ସିସିଟିଭି କ୍ୟାମେରାରେ ମା’ଙ୍କୁ ମାଡ଼ ମାରୁଥିବା ଦୃଶ୍ୟ କଏଦ ହୋଇଛି । ପଞ୍ଜାବ ରୋପରରେ ପୁଅର ଏହି ଘୃଣ୍ୟ କାରନାମା ସାମ୍ନାକୁ ଆସିଛି ।
କେବଳ ପୁଅ ନୁହେଁ ବୃଦ୍ଧାଙ୍କ ବୋହୂ ଓ ନାତି ବି ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ବୃଦ୍ଧା ଜଣକ ନିଜ ଝିଅଙ୍କୁ ଜଣାଇଥିଲେ । ଏହାପରେ ଝିଅ ଆସି ବୃଦ୍ଧା ମା’ ରହୁଥିବା ଘରେ ଗୋପନରେ ଏକ ସିସିଟିଭି କ୍ୟାମେରା ଲଗାଇଥିଲେ ।
Lawyer Ankur Verma brutally beats his own 73-year-old mother for something she did not do!
This absolutely shocking incident happened in Ropar, Punjab
A 73-year-old grandmother was beaten my her son on the allegation that she had urinating on her bed.
CCTV exposed the truth… pic.twitter.com/HPOdBZyq4C
— JIX5A (@JIX5A) October 28, 2023
ପରେ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ନିର୍ଯାତନାର ଦୃଶ୍ୟ ଆଧାରରେ ଥାନାରେ ଅଭିଯୋଗ କରାଯାଇଥିଲା । ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ମା’ଙ୍କୁ ଏଭଳି ନିର୍ଯାତନା ଦେଉଥିଲା ପୁଅ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ବୃଦ୍ଧା ଆଶାରାଣୀଙ୍କ ପୁଅ ଅଙ୍କୁର ବର୍ମାଙ୍କୁ ଗିରଫ କରିଛି । ଏହାସହ ଏକ ସମାଜସେବୀ ସଂଗଠନ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଛି ।
ସୂଚନାଥାଉ କି, ଅଙ୍କୁର ପେଶାରେ ଜଣେ ଓକିଲ । ଓକିଲ ହୋଇ ମଧ୍ୟ ନିଜ ମା’ଙ୍କୁ ଏଭଳି ନିର୍ଯାତନା ଦେବା ଘଟଣା ତାଙ୍କ ଘୃଣ୍ୟ କାରନାମାକୁ ପଦାରେ ପକାଇଛି । ମେଡିକାଲ୍ ଚେକ୍ ପରେ ଆଶାରାଣୀଙ୍କ ଶରୀରା ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)