Advertisment

ବିଜେପି ବିଧାୟକ ମୁକେଶଙ୍କ ଚେତାବନୀ- ‘ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ୍‌ ହଟାନ୍ତୁ, ନଚେତ୍‌ ବଡ଼ ଆନ୍ଦୋଳନ ହେବ’

ବ୍ୟାନ୍‌ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP MLA Mukesh Mahaling extends support to Ollywood actor Manoj Mishra

BJP MLA Mukesh Mahaling extends support to Ollywood actor Manoj Mishra

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକଙ୍କ ଦ୍ୱାରା ବ୍ୟାନ୍ ଘୋଷଣାକୁ ନେଇ ବିବାଦ  ତେଜୁଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପରେ ଏବେ ଏହି ବିରୋଧର ଧାରାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସାମିଲ ହୋଇଛନ୍ତି ।

Advertisment

ବିଧାୟକ ମୁକେଶ କହିଛନ୍ତି, ପଶ୍ଚିମ ଓଡ଼ିଶାର ମନୋଜ ମିଶ୍ର ଜଣେ ବଡ଼ କଳାକାର ।  କଳାକାରଙ୍କର କୌଣସି ସୀମା ସରହଦ ନ ଥାଏ । ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ।

ଏହାସହ ବ୍ୟାନ୍‌ ତୁରନ୍ତ ଉଠାଇବା ସହ ମନୋଜଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁକେଶ । ନଚେତ୍‌ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବଡ଼ ଆନ୍ଦୋଳନ ହେବ ବୋଲି ମୁକେଶ ଚେତାବନୀ ଦେଇଛନ୍ତି ।

Advertisment

ଖବର ଲେଖାଯିବା ସୁଦ୍ଧା ଏନେଇ ସମ୍ପୃକ୍ତ ପ୍ରଯୋଜକ କିମ୍ବା ଅନୁଭବ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି ।

କୁହାଯାଉଛି, ଓଡ଼ିଆ ଫିଲ୍ମ ରାମ୍‌ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା । ସେହି ବିବାଦ ଭିତରେ ସମ୍ବଲପୁରରେ ରିଲିଜ୍ ହୋଇଥିବା ଫିଲ୍ମ ରାମ୍‌କୁ ବିରୋଧ ପଛରେ ମନୋଜଙ୍କ ହାତ ଥିବା ଅଭିଯୋଗ କରି ବ୍ୟାନ୍ ଘୋଷଣା କରିଥିଲେ କିଛି ପ୍ରଯୋଜକ । ତା’ପରଠୁ ତେଜିଛି ବିବାଦ। ଓଡ଼ିଆ ସିନେ ଶିଳ୍ପର ସଙ୍କଟ ସମୟରେ ଓଲିଉଡରେ ଉଠିଥିବା ଏହି ଝଡ଼କୁ ନେଇ ଏବେ ନାନା ଚର୍ଚ୍ଚା ।

Advertisment
Advertisment