/odishatv-khabar/media/post_attachments/uploadimage/library/16_9/16_9_0/s_1698569312.jpg)
Action will be taken to curb black marketing of onions
ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି । ପିଆଜ ଦର ଆକାଶ ଛୁଆଁ ପରେ ଚେତିଛନ୍ତି ରାଜ୍ୟ ସରକାର । ପିଆଜ ଦର ଏବେ କିଲୋ ପ୍ରତି ୬୦ ପାର୍ କରିଛି ।
ଏବେ ଚାଷ ସମୟ ଚାଲିଛି । ଅମଳ ହେବା ପାଇଁ ମଧ୍ୟ ସମୟ ପାଖେଇ ଆସିଲାଣି । ଏହି ଗ୍ୟାପ୍ ସମୟକୁ କେଉଁ ଭଳି ମ୍ୟାନେଜ କରି ଖାଉଟିଙ୍କୁ ସଠିକ୍ ଦରରେ ପିଆଜ ମିଳିବ ସେ ଦିଗରେ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି ।
ସପ୍ତାହକ ପୂର୍ବେ ଯେଉଁ ପିଆଜ କିଲୋ ପିଛା ୩୦ ଟଙ୍କାରେ ମିଳୁଥିଲା ଏବେ ତାହା ୬୦ରୁ ୬୫ ଟଙ୍କା । ମାଛ, ମାଂସ ହେଉ କି ଗରିବର ପଖାଳ କଂସା । ରୋଷେଇ ଘରର ଅତି ଜରୁରୀ ଜିନିଷ ହେଇଛି ପିଆଜ । ହେଲେ ଦର ହଠାତ୍ ଅହେତୁକ ବଢିଯିବା ପରେ ଚିନ୍ତାରେ ଖାଉଟି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)