Advertisment

Operation Sindoor: 'ଅପରେସନ୍ ସିନ୍ଦୂର' ନେଲା ସିନ୍ଦୂରର ବଦଲା; ପ୍ରତିଶୋଧରେ ଆଶ୍ବସ୍ତ ମୃତକଙ୍କ ପତ୍ନୀ, ମୋଦିଙ୍କ ପ୍ରଶଂସା...

ବାଲେଶ୍ବରର ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶନୀ। ସେନାର ଅପେରସନ ସିନ୍ଦୂର ଜରିଆରେ ପାକିସ୍ତାନ ମାଟିରେ ଆତଙ୍କୀ ଗଡ଼ରେ ଏୟାର ଷ୍ଟ୍ରାଇକ ଖବର ଆସିବା ମାତ୍ରେ ତାଙ୍କ ପରିବାରରେ ଖେଳି ଯାଇଥିଲା ସାମାନ୍ୟ ଖୁସି।

author-image
Sujit kumar Swain
ଅଦ୍ୟତନ ହୋଇଛି
Operation Sindoor

Operation Sindoor

ପାକିସ୍ତାନ ମାଟିରେ ପଶି ଆତଙ୍କୀ ଆଡ୍ଡାକୁ ଚୁରମାର କରିବା ପରେ, ପହଲଗାମରେ ପତିଙ୍କୁ ହରାଇ ସିନ୍ଦୂର ପୋଛିଥିବା ବିଧବା ପତ୍ନୀଙ୍କ ମୁହଁରେ ହସ। ଅପରେସନ ସିନ୍ଦୂର ଜରିଆରେ ଭାରତ ସରକାରଙ୍କ ଏ ଶକ୍ତ କଦମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସେଦିନ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର। ଏପଟେ ହମଲାର ଠିକ୍ ୨ ସପ୍ତାହ ପରେ ଭାରତୀୟ ସେନାର ଏ ଜବାବି କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ସେଲିବ୍ରେସନ ପରେ ସୃଷ୍ଟି ହୋଇଛି ଉତ୍ସବ ପରିବେଶ।...

Advertisment

କାହା ମୁହଁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, ତ ଆଉ କିଏ ଦେଉଛି ସେନାକୁ ବାହାବା। ପୁଣି କିଏ ଆକ୍ରୋଶଭରା ସ୍ବରରେ କହୁଛନ୍ତି ପାକିସ୍ତାନକୁ ସମ୍ପୂର୍ଣ୍ଣ ଉଡ଼ାଇ ଦେବାକୁ।...ଏପ୍ରିଲ ୨୨ରେ ପହଲାଗମରେ ହୋଇଥିବା ବର୍ବୋରଚିତ ଆତଙ୍କୀ ହମଲାର ମାତ୍ର ୨ ସପ୍ତାହ ଭିତରେ ଭାରତୀୟ ସେନାର ମୁହଁତୋଡ଼ ଜବାବ ପରେ, ସେଦିନ ନିଜ ଆଖି ଆଗରେ ସ୍ବାମୀ ଆଉ ସିନ୍ଦୂର ହରାଇଥିବା ପତ୍ନୀଙ୍କ ବାଷ୍ପରୁଦ୍ଧ ବୟାନ ଦେଇଥିଲେ। ବାଲେଶ୍ବରର ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶନୀ। ସେନାର ଅପେରସନ ସିନ୍ଦୂର ଜରିଆରେ ପାକିସ୍ତାନ ମାଟିରେ ଆତଙ୍କୀ ଗଡ଼ରେ ଏୟାର ଷ୍ଟ୍ରାଇକ ଖବର ଆସିବା ମାତ୍ରେ ତାଙ୍କ ପରିବାରରେ ଖେଳି ଯାଇଥିଲା ସାମାନ୍ୟ ଖୁସି।

ସେହିଭଳି କାନପୁରର ବ୍ୟବସାୟୀ ଶୁଭମ ଦ୍ବିବେଦୀଙ୍କ ପରିବାର ହୁଅନ୍ତୁ କି ମୁମ୍ବାଇର ସନ୍ତୋଷ ଜଗଦଲେଙ୍କ ପରିବାର। ଏମାନଙ୍କ ଭଳି ଆହୁରି ଅନେକଙ୍କ ମନ ଭିତରେ ଜଳୁଥିବା ପ୍ରତିଶୋଧ ନିଆଁକୁ ଯେମିତି ଟିକିଏ ଲିଭାଇବାରେ ସାହାରା ଜୁଟାଉଥିଲା ଏ ଅପରେସନ ସିନ୍ଦୂର।

Advertisment

ଏପଟେ ଭାରତୀୟ ସେନାର ଏ ମହା ପରାକ୍ରମକୁ ନେଇ ଖାଲି ମୃତକଙ୍କ ପରିବାର କି ସମ୍ପର୍କୀୟ ନୁହଁନ୍ତି, ପ୍ରତିଟି ଭାରତୀୟଙ୍କ ମନରେ ଆଣି ଦେଇଥିଲା ଶାନ୍ତି ଓ ଆଶ୍ବସ୍ତି। ଟେଲିଭିଜନରେ ପର୍ଦ୍ଦାରେ ଅପରେସନ୍ ସିନ୍ଦୁରର ଭିଜୁଆଲ ଦେଖିବା ପରେ ଦେଶବ୍ୟାପୀ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଲମ୍ବିଥିଲା ଉତ୍ସବର ପରିବେଶ। ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ ନାରାରେ କମ୍ପିଥିଲା ପରିବେଶ। ସମସ୍ତଙ୍କ ମୁହଁରେ ଥିଲା ସେନା ଓ ସରକାରଙ୍କୁ ପ୍ରଶଂସାର ବାର୍ତ୍ତା । ଦେଶର କୋଣ ଅନୁକୋଣରେ ଏ ସେଲିବ୍ରେସନ୍ ଭିତରେ ବାଦ୍ ପଡ଼ନିଥିଲା ସେଦିନ ରକ୍ତର ନଦୀ ବହିଥିବା ପହଲଗାମ୍ ପର୍ଯ୍ୟଟନ ସ୍ଥଳୀ। ସେଠାକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକ ବି ଅପରେସନ୍ ସିନ୍ଦୂରରକୁ ନେଇ ଶତମୁଖ 

 

Operation Sindoor
Advertisment
Advertisment