ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ହୋଇଛି ।
ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ରୋହିତ ପୂଜାରୀ ନିଶାନା କରିଛନ୍ତି ।
ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା ।
ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ହଠାତ୍ ବାର୍ରେ ଚଢ଼ାଉ ପରେ ପୋଲିସ୍କୁ ଦେଖି ବାର୍ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି ।
ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ ।
ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା ।
କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ ।
ଇସ୍ରାଏଲ ୯ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର ।
ମୁମ୍ବାଇ-ନାଗପୁର ସମୃଦ୍ଧି ସୁପର ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି ।
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୫୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ମଧ୍ୟପ୍ରଦେଶ ପାଇଁ ୧୪୪ ଜଣିଆ ତାଲିକା ପ୍ରକାଶ ପାଇଛି ।
ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ ।
ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ ।
ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ ।
ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି ।
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି ।
ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯାଅ ବୋଲି ଇସ୍ରାଏଲ୍ ଚେତାବନୀ ଦେଇଛି ।
୩ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କୁ କମେଣ୍ଟମରା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ ।
ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ଲକ୍ଷ୍ୟରେ ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ।