• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Flight
ଆପଣ ବିମାନଯାତ୍ରା କରୁଛନ୍ତି କି, ଝଡ଼ ସମୟରେ ହଠାତ୍ ଥରି ଉଠିଲେ କ’ଣ କରିବେ...

ମଝି ଆକାଶରେ ମହା ଅଘଟଣ । ହଠାତ ଭୟଙ୍କର ଭାବେ ଥରି ଉଠିଲା ଚଳନ୍ତା ବିମାନ । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଯାତ୍ରୀବାହୀ ବିମାନରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

Accident
ଓଲଟିଲା ପିକ୍‌‌ଅପ୍ ଭ୍ୟାନ୍, ଅକାଳରେ ଚାଲିଗଲା ୧୮ ଜୀବନ

ଦୁର୍ଘଟଣା ପାଇଁ ଅକାଳରେ ଲିଭିଗଲା ୧୮ ଜୀବନ । ଜୀବିକା ପାଇଁ ଯାଇ ଜୀବନ ଦେଇ ଫେରିଲେ । କର୍ମକ୍ଷେତ୍ରରୁ ଫେରିବା ବେଳେ ସତେ ଯେପରି ଆଁ କରି ରହିଥିଲା ମୃତ୍ୟୁ, ଗିଳି ଦେଇଗଲା ।

Israel
ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପଛରେ ଇସ୍ରାଏଲ୍‌ର ହାତ !

ରାଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି।

 Iran President Ebrahim Raisi
ଇରାନ୍‌ରେ ହେଲିକପ୍ଟର କ୍ରାସ୍‌; ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ବହୁ ଅଧିକାରୀ ମୃତ

ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ।

Hoarding collapse
ହୋର୍ଡିଂ ମାଡି ବସିଲା, ଜୀବନ ଚାଲିଗଲା

କାଳବୈଶାଖୀ ସହ ଆସିଥିଲା କାଳ । ଚାହୁଁ ଚହୁଁ ନେଇଗଲା ୧୬ ଜଣଙ୍କ ଜୀବନ । ଆପଣ ଦେଖୁଥିବା ଏ ଭିଜୁଆଲ୍‌ କେତେ ଯେ ହୃଦୟ ବିଦାରକ ହୁଏତ ଆପଣ ଏ ଚିତ୍ରରୁ ଆନୁମାନ କରିପାରୁନଥିବେ । ହେଲେ ଏହା ପଛରେ ରହିଛି ୧୬ ଜଣଙ୍କ ମୃତ୍ୟୁର କାହାଣୀ ।

Bus Accident
ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

୬୦ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ନୁହର ତାବଡ଼ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା । ଶୁକ୍ରବାର ରାତି ପ୍ରାୟ ୧.୩୦ରେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ହୋଇଥିଲା ।

Gasleak
ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ ଲୁଚାଇବାକୁ ପ୍ରୟାସ, ଶ୍ରମ ଅଧିକାରୀଙ୍କ ତଦନ୍ତ

ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

Gas Leak
ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍; ୧୫ ଅସୁସ୍ଥ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

billboard collapse
ମୁମ୍ବାଇର ବିଲବୋର୍ଡ ଟ୍ରାଜେଡି: ମିଳିଲା ଆଉ ୨ ଜଣଙ୍କ ମୃତଦେହ

ଏହି ମୃତଦେହ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ ଏବଂ ତାଙ୍କ ପତ୍ନୀ ଅନୀତାଙ୍କର ଅଟେ ।

Accident
ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ

ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

fire broke out
ପାଣ୍ଡରା ଛକରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୫ଦୋକାନ

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ବେଶ୍ ପରିଶ୍ରମ କରିଥିଲେ | ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା |

Accident
ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର୍, ଚାଲିଗଲା ପରିବାରର ୬ ଜୀବନ

ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ଦୁଇ ଟ୍ରକ୍ ମଧ୍ୟରେ ସମସ୍ତେ ଚାପି ହୋଇଯାଇଥିଲେ।

Accident
ଭୋଟ୍ ଦେଇ ଫେରିବା ବେଳେ ବସ୍‌କୁ ଧକ୍କା ଦେଲା ଲରି; ଆଖିବୁଜିଲେ ୬ଯାତ୍ରୀ

ବସ୍‌ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍‌ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।

Lift Collapse
HCL ଖଣିରେ ବଡ଼ ଅଘଟଣ; ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ, ଫସିଛନ୍ତି ଅଧିକାରୀ ଓ କର୍ମଚାରୀ

କିଛି ଭିଜିଲାନ୍ସ ଅଧିକାରୀ ଏବଂ ଅନ୍ୟ ବିଭାଗ ଯାଞ୍ଚ ପାଇଁ ଆସିଥିଲେ। କାମ ଦେଖିବା ପାଇଁ ଖଣି ଭିତରକୁ ପ୍ରବେଶ କରିବା ମାତ୍ରେ ଲିଫ୍ଟ ଭାଙ୍ଗି ଯାଇଥିଲା।

Bill Board Tragedy
ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି

ଲୁହା ଫ୍ରେମ୍ ତଳେ ଚାପି, ମୋଡ଼ି ମକଚି ଯାଇଛି ବହୁ ସଂଖ୍ୟକ କାର୍ ଓ ଅନ୍ୟ ଯାନବାହନ ।

  • Tuesday, 14 May 2024
Bill Board Tragedy
ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?

ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା ।

Mumbai Accident
ଚାଲିଗଲା ୧୪ ଜୀବନ, ତଥାପି ସରୁନି ବିଏମସି-ରେଳ ବିଭାଗର ଦୋଷ ଲଦାଲଦି

ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

Fire Mishap
ସେଣ୍ଟ୍ରାଲ ରେଭେନ୍ୟୁ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ପହଞ୍ଚିଲେ ୨୧ ଦମକଳ ବାହିନୀ..

ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ।

BJD
DJ ସାଉଣ୍ଡରେ ହୁଡ଼ିଲେ ମହୁମାଛି, BJD ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ !

ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।

Mumbai hoarding collapse
ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼; ବିଲ୍‌ବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଦୁର୍ଘଟଣା ପରେ ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।

Brakes Fail, Lift Reaches Top Floor
‌ଅଟକିଲାନି ଲିଫ୍ଟ; ବିଜୁଳି ବେଗରେ ଯାଇ ଛାତରେ ପିଟିହେଲା

ବୈଷୟିକ ତ୍ରୁଟି ହେତୁ ଏହି ଘଟଣା ଘଟିଛି ଏବଂ ଏହାର ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Polling Party Bus Accident
ଭାରସାମ୍ୟ ହରାଇ ଓଲଟିଲା ପୋଲିଂ ପାର୍ଟି ବସ୍‌, ୨ ଆହତ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Road Accident
ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।

Accident
ଦେବୀ ଦର୍ଶନ ସାରି ଫେରୁଥିଲେ, ଛକି ରହିଥିଲା କାଳ; ପୂରା ପରିବାର ଶେଷ

ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟେ ପରିବାରର ଚାରିଜଣ ସଦସ୍ୟଙ୍କ ସମେତ ୧୧ ମାସର ଛୋଟଝିଅର ମଧ୍ୟ ମୃତ୍ୟୁ ଘଟିଛି । ପୂରା ପରିବାର ଜମ୍ମୁରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରୁ ଫେରୁଥିବା ବେଳେ ଭୋର୍ ପ୍ରାୟ ୫.୩୦ ରେ ରାୟପୁର ରସୁଲପୁର ଗ୍ରାମରେ ଦୁର୍ଘଟଣା ଘଟିଥିଲା ।

electric shock
ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମା’ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ହୋଇଛନ୍ତି।