/odishatv-khabar/media/post_attachments/uploadimage/library/16_9/16_9_0/Paradeep_1727332205.jpg)
Paradeep
ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ସମୁଦ୍ର ବି ଅଶାନ୍ତ ରହିଛି। ଏହାରି ଭିତରେ ସମୁଦ୍ରରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି। ପାରାଦୀପ-ମହାନଦୀ ମୁହାଣରେ ଘଟିଛି ଏହି ଅଘଟଣ। ଗୋଟିଏ ମାଛଧରା ବୋଟ୍କୁ ଉଦ୍ଧାର କରିବାକୁ ଯାଇ ଫସିଯାଇଛି ଆଉ ଏକ ବୋଟ୍।
ଅଧିକ ପଢ଼ନ୍ତୁ: ପୁଣି ଏଡାଗଲା ବଡ଼ ଟ୍ରେନ ଅଘଟଣ; ରେଳ ଧାରଣାରୁ ମିଳିଲା ଗ୍ୟାସ ସିଲିଣ୍ଡର
ସୂଚନା ଅନୁସାରେ କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ହେଲେ ସେମାନଙ୍କ ବୋଟ୍ଟି ସମୁଦ୍ର କୂଳରୁ କିଛି ବାଟ ଦୂରରେ ଅଚଳ ହୋଇ ଯାଇଥିଲା। ସେମାନେ ଫସିଥିବା ଖବର ମିଳିବା ପରେ ରେସ୍କ୍ୟୁ କରିବା ପାଇଁ ଆଉ ଏକ ବୋଟ୍ସମୁଦ୍ର ଭିତରକୁ ଯାଇଥିଲା। ଅଚଳ ବୋଟ୍କୁ ଟାଣି ଆଣୁଥିବା ବେଳେ ଦଉଡ଼ି ଛିଡ଼ି ଯିବାରୁ ଉଦ୍ଧାରକାରୀ ବୋଟ୍ ବି ସେଠି ଫସି ରହିଛି।
ଫଳରେ ଦୁଇଟି ବୋଟ୍ରେ ୧୪ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ଅଟକିଛନ୍ତି। ୨ଟି ଡଙ୍ଗାକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ଅନ୍ୟ ଦୁଇଟି ଡଙ୍ଗା ସମୁଦ୍ର ଭିତରକୁ ଯାଇଛି। ସେମାନଙ୍କୁ ଉଦ୍ଧାର କରିବାକୁ ଅପରେସନ୍ ଚାଲିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଏବେ ଚିନ୍ତା ବଢ଼ିଛି। ତେବେ ଏଯାଏ କେହି ଉଦ୍ଧାର ହୋଇନଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)