Advertisment

ବଡ଼ ଅଘଟଣ: ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର୍; ୧୦୦ ମୃତ, ଏକାଧିକ ଆହତ...

ଗାଁ ମଝିରେ ତେଲ ଟ୍ୟାଙ୍କର୍ ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ଜୀବନ ହରାଇଲେ ଏକାଧିକ ଲୋକ ।

author-image
Sujit kumar Swain
Nigeria fuel tanker explosion

Nigeria fuel tanker explosion

ବଡ଼ ବିସ୍ଫୋରଣ । ଚାଲିଗଲା ୧୦୦ରୁ ଅଧିକ ଜୀବନ, ଆହତ ହେଲେ ଏକାଧିକ । ଗାଁ ମଝିରେ ତେଲ ଟ୍ୟାଙ୍କର୍ ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ଜୀବନ ହରାଇଲେ ଏକାଧିକ ଲୋକ । ଗାଡ଼ି ଦୁର୍ଘଟଣା ହେବା ପରେ  ତେଲ ଚୋରି କରିବାକୁ ଏକତ୍ରିତ ହୋଇଥିଲେ ଗାଁର ଅନେକ ଲୋକ । ସେହି ସମୟରେ ତେଲ ଟ୍ୟାଙ୍କର୍ ହୋଇଥିଲା ବିସ୍ଫୋରଣ । ଯାହାଫଳରେ ଏମିତି ଘଟିଛି । ଏହି ଘଟଣା ଉତ୍ତର ନାଇଜେରିଆର ଜିଗାୱା ରାଜ୍ୟରେ ଘଟିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

କୁହାଯାଉଛି ଯେ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ତେଲ ନେବା ପାଇଁ ୧୦ ହଜାର ଲୋକ ଗାଡି ପାଖକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି । 

ଜିଗାୱା ରାଜ୍ୟରେ ମଧ୍ୟରାତ୍ରି ପରେ ଏହି ବିସ୍ଫୋରଣ ଘଟିଥିଲା । ​​ଟ୍ୟାଙ୍କର୍ ଡ୍ରାଇଭର ରାଜପଥରେ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲା । ଏହା ପରେ ଟ୍ୟାଙ୍କର୍‌ଟି ଓଲଟି ପଡିଥିଲା। ବିସ୍ଫୋରଣ ଘଟିବା ପରେ ଲୋକମାନେ ଏକ ଓଲଟି ପଡିଥିବା ଟ୍ୟାଙ୍କରରୁ ତେଲ ବାହାର କରି ନେଉଥିଲେ ଯେଉଁ ସମୟରେ ଏଭଳି ଘଟଣା ଘଟିଛି ।

Advertisment

Nigeria Explosion
Advertisment
Advertisment