Advertisment

ବିଲଡିଂରେ ଲାଗିଲା ନିଆଁ ! ଜଳିଗଲେ ପରିବାରର ୭ ସଦସ୍ୟ

ତଳ ମହଲାରେ ଥିବା ଗ୍ରୋସୋରୀ ଦୋକାନରେ ଲାଗିଥିଲା ନିଆଁ । ତଳ ମହଲାରୁ ଅନ୍ୟ ମହଲାକୁ ବ୍ୟାପିଲା ନିଆଁ ।

author-image
Satyendu Shekher Mishra
Fire Mishap

Fire Mishap

ବିଲଡିଂରେ ଲାଗିଲା ନିଆଁ। ଜଳିଗଲେ ଗୋଟିଏ ପରିବାରର ୭ ଜଣ। ଦୁଇ ଜଣ ଶିଶୁଙ୍କ ସମେତ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୁମ୍ବାଇ ଚେମ୍ବୁରର ଏକ ବହୁତଳ କୋଠାରେ ଆଜି ଭୋରରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ବିଲଡିଂର ତଳ ମହଲାରେ ଥିବା ଗ୍ରୋସୋରୀ ଦୋକାନ ଘରେ ପ୍ରଥମେ ଲାଗିଥିଲା ନିଆଁ। ପରେ ଉପର ମହଲାକୁ ବ୍ୟାପିଥିଲା। ଯେଉଁଥରେ ଜଳି ଯାଇଥିଲେ ପରିବାରର ୭ ଜଣ।

Advertisment

ଦୋକାନରେ ଶୋଇଥିବା ଅନ୍ୟ ଦୁଇ ଜଣ ନିଆଁ ଲାଗିବା ପରେ ସେଠାରୁ ବାହାରି ଆସିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ତଳ ମହଲାରେ ଥିବା ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

Mumbai Fire Mishap
Advertisment
Advertisment