/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728665220.jpg)
Train Accident
ତାମିଲନାଡ଼ୁରେ ଟ୍ରେନ୍ ଦୁର୍ଘଟଣା । ତାମିଲନାଡ଼ୁର ଚେନ୍ନାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମହୀଶୁର-ଦରଭଙ୍ଗା ବାଗମତି ସୁପରଫାଷ୍ଟ ଏକ୍ସପ୍ରେସ୍ । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ, ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଏବଂ ୨ଟିରେ ନିଆଁ ଲାଗିଥିବା ସୂଚନା ମିଳିଛି ।
#WATCH | Six coaches of Train No.12578 (MYS-DBG) Mysore to Darbhanga were derailed after it collided with a goods train at around 20.30 hours. No causalities were reported. A few people were injured. The medical relief van and rescue team have started to move from Chennai… https://t.co/X9nIQ6uk3Upic.twitter.com/LPqfeXsF68
— ANI (@ANI) October 11, 2024
ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି ଏବଂ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସଦର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଉଛି। ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ଆମ୍ବୁଲାନ୍ସ। ସଦର୍ଣ୍ଣ ରେଲୱେ ଜିଏମ୍, ଚେନ୍ନାଇ ଡିଭିଜନ୍ ଡିଆରଏମ୍ ଏବଂ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତାମିଲନାଡ଼ୁରେ ବଡ଼ ଟ୍ରେନ୍ ଦୁର୍ଘଟଣା । ତାମିଲନାଡ଼ୁର ଚେନ୍ନାଇ ନିକଟରେ ଦୁର୍ଘଟଣା ଘଟିଛି। ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ୍ ସହ ମାଲବାହୀ ଟ୍ରେନ୍ ଧକ୍କା । ଥିରୁଭାଲୁର ଜିଲ୍ଲାର କବରପେଟ୍ଟାଇ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଛି । #Tamilnadu#TrainAccident#OTVpic.twitter.com/Jf3WzWRGW1
— ଓଟିଭି (@otvkhabar) October 11, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)