Advertisment

ଡିଭାଇଡର୍‌ରେ ପିଟିହୋଇ ଓଲଟିଲା ପିକଅପ୍; ଗୋଟିଏ ପରିବାରର ୫ମୃତ

ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍‌ରେ ପିଟିହେଲା ପିକ୍‌ଅପ୍‌। ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
 Andhra Pradesh Accident

Andhra Pradesh Accident

ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍‌ରେ ପିଟିହେଲା ପିକ୍‌ଅପ୍‌। ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।

Advertisment

ବିଳମ୍ୱିତ ରାତିରେ ଆଦିଲାବାଦ ଜିଲ୍ଲା ଗୁଡିହାଟନୁର ମଣ୍ଡଳର ମେକଲାଗାଣ୍ଡି କର୍ଣ୍ଣର ନିକଟରେ ଏହି ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ରେ ମୋଟ ଆଠଜଣ ନିର୍ମଳ ଜିଲ୍ଲାର ଭୈସାଠାରୁ ଆଦିଲାବାଦ ଯାତ୍ରା କରୁଥିଲେ। ହେଲେ ହଠାତ୍ ଗାଡ଼ିଟି ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳକେ ୪ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଅଛନ୍ତି। ଆହତମାନେ ହେଲେ ୬୦ବର୍ଷୀୟ ମୋଇଜ, ଆଠ ବର୍ଷୀୟ ଅଲ୍ଲୀ, ୪୦ବର୍ଷୀୟ ଖାଜା ମୋଇନୁଦ୍ଦିନ ଓ ୧୧ ବର୍ଷୀୟ ମହମ୍ମଦ ଉସମାନୁଦ୍ଦିନ। ଆଦିଲାବାଦ ଆରଏମଏସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଳାଇଛି।

Advertisment
Road Accident
Advertisment
Advertisment