/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726572089.jpg)
Vishwakarma Idol Immersion Turns Fatal
ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ମୁହୁର୍ତ୍ତକ ମଧ୍ୟରେ ମିଳେଇ ଯାଇଛି ଭସାଣୀର ଖୁସି । ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବେତନଟୀ ଥାନା କାଠପାଳ ଚେକ୍ ଡ୍ୟାମରେ ବୁଡ଼ି ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ବୁଡ଼ି ଯାଇଥିଲେ । ଏହାପରେ ଉଭୟ ଛାତ୍ରଙ୍କର ପତ୍ତା ମିଳିନଥିଲା ।
Advertisment
ପରେ ଅଗ୍ନିଶମ ବାହିନୀ ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ରଦ୍ୱୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର । ଉଭୟ ହଷ୍ଟେଲରେ ରହି ପାଠପଢୁଥିଲେ । ମୃତ ଛାତ୍ର ୨ ଜଣ ITIରେ ପଢୁଥିଲେ ବୋଲି ଜଣାପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)